କୋଭିଡ ନୀୟମକୁ ମାନି ପ୍ରତ୍ୟେକ ଘାଟରେ ଛଟ ପୂଜା କରିବାକୁ ପ୍ରଶାସନକୁ ଅନୁରୋଧ ପତ୍ର : ରାଉରକେଲା

ରାଉରକେଲା: ସହରର ଅଗ୍ରଣୀ ସାମାଜିକ ସଂସ୍ଥା ସୁପର ୨୦ର ଅଧ୍ୟକ୍ଷ , ସନାତନ ଭଗବା ରକ୍ଷା ଦଳର ରାଜ୍ୟ ସଚିବ ଓଡିଶା , ହିନ୍ଦ ସେନା ସମାଜସେବୀ ସଙ୍ଗଠନର ରାଜ୍ୟ ପ୍ରଭାରୀ ନୀତେଶ କୁମାର ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ , ରାଉରକେଲା ମହାନଗର ନୀଗମ କମିଶନର ଓ ରାଉରକେଲା ଏସ ପିଙ୍କୁ ଏକ ଲିଖିତ ଅନୁରୋଧ ପତ୍ର ପ୍ରଦାନ କରିଥିଲେ । ଉକ୍ତ ଅନୁରୋଧ ପତ୍ରରେ ବିଦିତ ଅଛି ଯେ ହିନ୍ଦୁ ଧର୍ମର ମହାନ ତଥା ବଡ ପର୍ବ ଛଟ ପୂଜା ଅଟେ । ଯାହାକୁ ଛଟ ବ୍ରତଧାରୀ ମାନେ ଅତ୍ୟନ୍ତ ପବିତ୍ରତାର ସହିତ ନଦୀ ଓ ପୋଖରୀ ଘାଟରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ପାଳନ କରିଥାନ୍ତି । ଚଳିତ ବର୍ଷର ଛଟ ପର୍ବ ନଭେମ୍ବର ୨୦ ଓ ୨୧ ତାରିଖରେ ପାଳିତ ହେବ । ଯାହା କୋଭିଡ ନୀୟମ ପ୍ରତି ବିଶେଷ ଦୃଷ୍ଟି ଦେଇ ଘାଟକୁ ଯାଇ ପୂଜା କରିବାକୁ ପ୍ରଶାସନର ଅନୁମତି ନ ମିଳିବା ନେଇ ରାଉରକେଲା ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ତରଫରୁ ଏକ ଲିଖିତ ପତ୍ର ମାଧ୍ୟମରେ ପୂନର୍ବାର ବିଚାର କରିବା ସକାସେ ଅନୁରୋଧ କରାଯାଇଛି । ରାଉରକେଲା ସହରରେ ଥିବା ୧୬ ଟି ଛଟ ପୂଜା ଘାଟକୁ ଯଦି ପ୍ରତ୍ୟେକ ଛଟ ବ୍ରତୀଙ୍କ ସହିତ ମାତ୍ର ଜଣେଲୋକ ଘାଟକୁ ଯିବେ ତେବେ ଭିଡ ସଂଖ୍ୟା ଆପେ କମିଯିବ । ଭିଡର କାରଣ ହେଉଛି ଜଣେ ବ୍ରତ ଧାରୀଙ୍କ ସହ ୧୦ ରୁ ୧୨ ଜଣ ଘାଟକୁ ଯାଇଥାନ୍ତି । ତେବେ କୋଭିଡ ନୀୟମ ପ୍ରତି ବିଶେଷ ଦୃଷ୍ଟିଦେଇ ଘାଟରେ ସାମାଜିକ ଦୂରତା ରଖି ଛଟ ପର୍ବ ମନାଯାଇ ପାରିବ । ସଙ୍ଗଠନର ମୁଖ୍ୟ ନୀତେଶ କୁମାର ଅରୁରୋଧ କରିଛନ୍ତି ଯେ ନୂତନ ନୀୟମ ପ୍ରଣୟନ କରି ସମସ୍ତ ଘାଟରେ ଛଟପୂଜା କରିବା ସକାସେ ପ୍ରଶାସନୀକ ଅଧିକାରୀଗଣ ଅନୁମତି ଦିଅନ୍ତୁ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here