କଟକରେ ବ୍ୟାଙ୍କରୁ ବଡ଼ ଧରଣର ଡକାୟତି : ୧୨ କୋଟି ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ

ଓଡ଼ିଶା1 ବ୍ୟୁରୋ: କଟକରେ ବ୍ୟାଙ୍କରୁ ବଡ଼ ଧରଣର ଡକାୟତି । ନୟାସଡ଼କ ସ୍ଥିତ ଆଇଆଇଏଫଏଲ ବ୍ୟାଙ୍କରୁ ୧୨ କୋଟି ଟଙ୍କା ଲୁଟି ନେଲେ ଦୁବୃର୍ତ । ସକାଳୁ ବନ୍ଧୁକ ଦେଖାଇ ଡକାୟତମାନେ ୧୨ କୋଟି ଟଙ୍କା ଲୁଟିନେଇଛନ୍ତି । ଘଟଣା ସ୍ଥଳରେ ଡିସିପି ପହଚିଂଛନ୍ତି । ସିସିଟିଭି ଫୁଟେଜ ଆଧାରରେ ପଚରାଉଚରା କରାଯାଉଛି । ବ୍ୟାଙ୍କରୁ ବିପୁଳ ପରିମାଣର ଟଙ୍କା ଓ ସୁନା ଡକାୟତି ହୋଇଛି । ଆଜି ସକାଳେ ଚାରିଜଣ ବନ୍ଧୁକଧାରୀ ଫାଇନାନ୍ସ କଂପାନି ଅଫିସ ଭିତରକୁ ପଶି କର୍ମଚାରୀମାନଙ୍କୁ ଭୟଭୀତ କରି ୧୨କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏଥିସହ ବହୁ ପରିମାଣର ସୁନାଗହଣା ମଧ୍ୟ ଲୁଟ ହୋଇଥିବା କୁହାଯାଉଛି । ଖବର ପାଇ କଟକ ଡିସିପି ଘଟଣାସ୍ଥଳରେ ପହଞ୍ଚି ମାମଲାର ଅନୁଧ୍ୟାନ କରିଥିବା ଜଣାଯାଇଛି । ସିସିଟିଭି ଫୁଟେଜ ଆଧାରରେ ବ୍ୟାଙ୍କ କର୍ମଚାରୀମାନଙ୍କୁ ପୁଲିସ୍ ପଚରାଉଚରା କରୁଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here