ଭିଜିଲାନ୍ସ ଜାଲରେ ଧଉଳି ଥାନା ଏଏସଆଇ

ଭୁବନେଶ୍ୱର : ଆଜି ଏକ ପୋଲିସ୍ ବାବୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଧଉଳି ଥାନା ଏଏସଆଇ (ASI)ଗୋଟିଏ ଘଟଣାର ରଫାଦଫା କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଘର ସାମ୍ନାରେ ବାଲି ଗଦାଇବାକୁ ନେଇ ଥାନାରେ ହୋଇଥିବା ଏକ ମାମଲାର ରଫା ଦଫା କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ଧଉଳି ଥାନା ଏଏସଆଇ ତୋଫାନ୍ ଗୁରୁ ଲାଞ୍ଚ ନେଉଥିଲେ । 

କେବଳ ଏହି ଘଟଣା ନୁହେଁ ଯେଉଁଠି ପୋଲିସ୍ ର ଅସଲ ମୁଖା ପଦାରେ ପଡିଛି ରାଜ୍ୟରେ ଏମିତି ଅନେକ ଚିତ୍ର ପ୍ରତିଦିନ ସାମ୍ନାକୁ ଆସୁଛି ଯେଉଁଠି ପୋଲିସ୍ ରକ୍ଷକ ହୋଇ ଭକ୍ଷକ ସାଜୁଛି । କେତେବେଳେ ସାଧାରଣ ଲୋକଙ୍କ ଠାରୁ ଲାଞ୍ଚ ନେବା ତ ଆଉ କେତେ ବେଳେ ର୍ଦୁବ୍ୟବହାର ଭଳି ସଙ୍ଗୀନ୍ ଅଭିଯୋଗ ଆସିଛି ରାଜ୍ୟ ପୋଲିସ୍ ନାଁ ରେ । ତେବେ କେବେ ଏ ବାବଦରେ କେବେ ପ୍ରସାଶନ ସଜାଗ ହେବ ତାହା ଦେଖିବା ବାକି ରହିଲା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here