୨୪ ଘଣ୍ଟା ମଧ୍ୟରେ ପୁଣି ୮୬୮ କରୋନା ଆକ୍ରାନ୍ତ ଚିହ୍ନଟ, ୧୭ମୃତ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୧୧୭୮୮ରେ ପହଞ୍ଚିଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୪୯୯ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୬୯ଜଣ ସ୍ଥାନୀୟ ସଂକ୍ରମିତ। ଏଣେ ସୁସ୍ଥ ହୋଇ ସାରିଲେଣି ୩୦୧୭୭୭ ଜଣ। ଏବେ ବି ସକ୍ରୟ ଅଛନ୍ତି ୮ ହଜାର ୩୬୬ଜଣ।ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୫୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୧୮ଜଣ, ବରଗଡ଼ରୁ ୨୧ଜଣ, ଭଦ୍ରକରୁ ୧୩ଜଣ, ବଲାଙ୍ଗୀରରୁ ୩୪ଜଣ, ବୌଦ୍ଧରୁ ୧ଜଣ, କଟକରୁ ୬୪ଜଣ, ଦେବଗଡ଼ରୁ ୭ଜଣ, ଢେଙ୍କାନାଳରୁ ୧୮ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୧୧ଜଣ, ଜଗତ୍‌ସିଂହପୁରରୁ ୪୪ଜଣ, ଯାଜପୁରରୁ ୩୧ଜଣ, ଝାରସୁଗୁଡ଼ାରୁ ୨୧ଜଣ, କଳାହାଣ୍ଡିରୁ ୨୦ଜଣ, କନ୍ଧମାଳରୁ ୬ଜଣ, କେନ୍ଦ୍ରାପଡ଼ାରୁ ୩୫ଜଣ, କେନ୍ଦୁଝରରୁ ୩୯ଜଣ, ଖୋର୍ଦ୍ଧାରୁ ୧୨୬ଜଣ, କୋରାପୁଟରୁ ୧୨, ମାଲକାନଗିରିରୁ ୧୨ଜଣ, ମୟୂରଭଞ୍ଜରୁ ୪୬ଜଣ, ନବରଙ୍ଗପୁରରୁ ୧୪ଜଣ, ନୟାଗଡ଼ରୁ ୩ଜଣ, ନୂଆପଡ଼ାରୁ ୪୬ଜଣ, ପୁରୀରୁ ୨୮ଜଣ, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୮ଜଣ, ସୋନପୁରରୁ ୬ଜଣ, ସୁନ୍ଦରଗଡ଼ରୁ ୮୭ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ରାଜ୍ୟରେ ଆଉ ୧୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here