ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେବେ କୋଭିଡ ଯୋଦ୍ଧା

ଭୁବନେଶ୍ବର : କୋଭିଡ ଯୋଦ୍ଧା ଓ କରୋନା ଆକ୍ରାନ୍ତ ଡାକ୍ତରଙ୍କ ଚିକିତ୍ସା ପାଇଁ ହେବ ସ୍ୱତନ୍ତ୍ର ହସ୍ପିଟାଲ। ଭୁବନେଶ୍ବରସ୍ଥିତ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ଚିକିତ୍ସା ହେବେ ସମସ୍ତ ପ୍ରକାର କୋଭିଡ ଯୋଦ୍ଧା। ଏ ସମ୍ପର୍କରେ ରାଜ୍ୟ ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି।

ସୂଚନାନୁସାରେ, କରୋନା ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା ଯୋଗାଇବାକୁ ଯାଇ ରାଜ୍ୟରେ ଅନେକ ଡାକ୍ତର ଓ ଅନ୍ୟାନ୍ୟ କୋଭିଡ ଯୋଦ୍ଧା କରୋନାରେ ଆକ୍ରାନ୍ତ ହେଉଛନ୍ତି। ସେମାନେ କୋଭିଡ ଯୋଦ୍ଧା ହେଲେ ମଧ୍ୟ, କରୋନାରେ ଆକ୍ରାନ୍ତ ହେବା ପରେ ସେମାନଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଯଥେଷ୍ଟ ଶଯ୍ୟା ମିଳୁନାହିଁ। ଯାହା ଫଳରେ ଅନେକାଂଶରେ କୋଭିଡ ଯୋଦ୍ଧା ଗୁରୁତର ଭାବରେ ଆକ୍ରାନ୍ତ ହେଉଛନ୍ତି କିମ୍ବା ମୃତ୍ୟୁ ମୁଖରେ ପଡୁଛନ୍ତି। ତେଣୁ ଓଡିଶା ଡାକ୍ତରୀ ସେବା ସଂଘ ଓ ଭାରତୀୟ ମେଡିକାଲ ସଂଘ ଗତ କିଛି ଦିନ ଧରି ଦାବି କରି ଆସୁଥିଲା ଯେ, କୋଭିଡ ଯୋଦ୍ଧାଙ୍କ ଚିକିତ୍ସା ପାଇଁ କୌଣସି ଏକ ସ୍ୱତନ୍ତ୍ର ହସ୍ପିଟାଲର ବ୍ୟବସ୍ଥା କରାଯାଉ। 

ଭାରତୀୟ ମେଡିକାଲ ସଂଘର ଓଡିଶା ଚାପ୍ଟର ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ଏଯାବତ୍ ଶତାଧିକ ଡାକ୍ତର କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିବା ବେଳେ ୧୯ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରି ସାରିଲେଣି। ଏଥିମଧ୍ୟରୁ ୬ ଜଣ ଆୟୁଷ ଡାକ୍ତର ମଧ୍ୟ ଅଛନ୍ତି। ଯଦି ରାଜ୍ୟର ସମସ୍ତ କୋଭିଡ ଯୋଦ୍ଧାଙ୍କୁ ଏଥିରେ ସାମିଲ କରାଯାଏ, ତାହାଲେ ଏହାର ସଂଖ୍ୟା ଆହୁରି ଅଧିକ ହେବ।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here