ନୀତିଶ କୁମାର କରିଲେ ନିଜ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ।

ପାଟନା : ବିହାରରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର। ନିର୍ବାଚନ ସରିବା ପରେ କିଛି ଟା ମତଭେଦ ଦେଖା ଦେଇଥିଲେ ହେଁ ଏବେ ସେ ସବୁ ଉପରେ ପୂର୍ଣ୍ଣଛେଦ ପଡିଛି। ତେବେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୧୪ ଜଣିଆ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ତାରାକିଶୋର ପ୍ରସାଦଙ୍କୁ ଅର୍ଥ ବିଭାଗ ସହ ପରିବେଶ ଓ ଜଙ୍ଗଲ ସୂଚନା ପ୍ରଯୁକ୍ତି ବିଦ୍ୟା, ବିପର୍ଯ୍ୟୟ ପରିଚାଳନା, ସହରୀ ବିକାଶ ବିଭାଗ ପ୍ରଦାନ କରିଛନ୍ତି। ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ପାଖରେ ପଞ୍ଚାୟତିରାଜ, ପଛୁଆ ଜାତି ଉନ୍ନୟନ ଓ ଶିଳ୍ପ ଆଦି ବିଭାଗ ରହିଛି। ସେହିପରି ଭାବେ ଅମରେନ୍ଦ୍ର ସିଂହଙ୍କୁ କୃଷି ଓ ସମବାୟ, ଜୀବେଶ କୁମାରଙ୍କୁ ପର୍ଯ୍ୟଟନ, ଶ୍ରମ ଓ ଖଣି ଏବଂ ରାମ ସୁରତଙ୍କୁ ରାଜସ୍ବ ଓ ଆଇନ ବିଭାଗ ର ଦାୟିତ୍ବ ପ୍ରଦାନ କରାଯାଇଛି। ମଙ୍ଗଲ ପାଣ୍ଡେଙ୍କୁ ସ୍ୱାସ୍ଥ୍ୟ, ସଂସ୍କୃତି, ମୁକେଶ ସାହାଣୀଙ୍କୁ ପଶୁପାଳନ ଓ ମତ୍ସଚାଷ। ସୂଚନାଯୋଗ୍ୟ ଯେ ନୀତିଶ କୁମାର ନିଜ ପାଖରେ ଗୃହ ବିଭାଗ ରଖିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here