ବିହାରରେ ଆରମ୍ଭ ହେଲା ନୀତିଶରାଜ : ସପ୍ତମ ଥର ପାଇଁ ଶପଥ ନେଲେ ନିତିଶ କୁମାର

ପାଟନା: ବିହାରରେ ପୁଣି ଆରମ୍ଭ ହେଲା ନୀତିଶରାଜ। ସୋମବାର ସପ୍ତମ ଥର ପାଇଁ ଜେଡିୟୁ ନେତା ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତାଙ୍କ ସହ ଅନ୍ୟ ବିଜେପି ଓ ଜେଡିୟୁର ନେତାମାନେ ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ୭ମ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାର କ୍ରମାଗତ ୪ର୍ଥ ଥର ପାଇଁ ଏହି ପଦର ଦାୟିତ୍ୱ ନେଇଛନ୍ତି।

ନୀତୀଶ କୁମାରଙ୍କ ଟିମ୍‌ରେ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି। ସେମାନେ ହେଲେ ତାରକିଶୋର ପ୍ରସାଦ ଓ ରେଣୁ ଦେବୀ। ଉଭୟ ବିହାର ବିଧାନସଭାରେ ବିଜେପି ବିଧାୟକ ଦଳର ନେତା ଓ ଉପନେତା ଭାବେ କାର୍ଯ୍ୟ କରୁଥିଲେ। ଆଜି ଉଭୟଙ୍କୁ ରାଜ୍ୟପାଳ ଫଗୁ ଚୌହାନ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆଜି ଶପଥ ପାଠ ଉତ୍ସବ ପାଇଁ ରାଜଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। କରୋନା କଟକଣା ଭିତରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଛି।

ସୂଚନାଯୋଗ୍ୟ, ପ୍ରଥମଥର ନୀତୀଶ କୁମାର ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ୨୦୦୫, ୨୦୧୦, ୨୦୧୫ରେ ଦୁଇଥର ଓ ୨୦୧୭ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଆଜି ପୁଣି ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here