ମହାପ୍ରଭୁଙ୍କ ପାଇଁ ସୁନା ଦାନ କରିବେ ଶ୍ରଦ୍ଧାଳୁ

ପୁରୀ: ମହାପ୍ରଭୁଙ୍କ ପାଇଁ ସୁନା ଦାନ କରିବେ ଜଣେ ଶ୍ରଦ୍ଧାଳୁ। ଶ୍ରୀଜିଉଙ୍କ ମସ୍ତକରେ ଶୋଭା ମଣ୍ଡିତ କରୁଥିବା ଚନ୍ଦ୍ର, ସୂର୍ଯ୍ୟ ଏବଂ ଅବକାଶ ସମୟରେ ବ୍ୟବହାର ହେଉଥିବା ସୁବର୍ଣ୍ଣ ପାତିଆ ଦାନ କରିବେ ଜଣେ ଜଗନ୍ନାଥ ପ୍ରେମୀ। ଏଥିପାଇଁ ଚନ୍ଦ୍ର, ସୂର୍ଯ୍ୟର ମାପଚୂପ କରାଯାଇଛି।

ପରିଚାଳନା କମିଟିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା। ୧ ମାସ ଭିତରେ ଏହା ନୂତନ ଭାବେ ତିଆରି କରାଯିବ ଏବଂ ଏହି ସୁବର୍ଣ୍ଣ ୩୦୦ରୁ ୪୦୦ ଗ୍ରାମ ଓଜନର ହେବ। ସେହିପରି ଅନ୍ୟଜଣେ ଭକ୍ତ ପୂର୍ବରୁ ମହାପ୍ରଭୁଙ୍କ ଶ୍ରୀମୁଖ ପଦ୍ମ, ତଡକି, ଝୋବା କଣ୍ଠି ଏବଂ ବିଭିନ୍ନ ପ୍ରକାରର ମାଳା ତିଆରି କରି ଦାନ କରିବାର ପ୍ରତିଶ୍ରୁତି ଦେଇଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here