ପ୍ରାଣୀଧନ ସହାୟକ କେନ୍ଦ୍ର କାହା ସ୍ୱାର୍ଥରେ:ପ୍ରାଣୀ ଚିକିତ୍ସା ବିପର୍ଜ୍ୟସ୍ତ :ଜନ ସାଧାରଣରେ ଅସନ୍ତୋଷ

ଡାବୁଗାଁ, ୧୭/୧୧  ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଜଟାବାଲ ମୁଖ୍ୟ ରାଜ୍ୟ ରାଜପଥ-୩୯ ପାର୍ଶ୍ୱରେ ଥିବା ପ୍ରାଣୀ ଧନ ସହାୟକ କେନ୍ଦ୍ର ନିର୍ମାଣ ହୋଇଛି କାହା ସ୍ୱାର୍ଥ ରେ, ତାହା ଏବେ ଜନସଧାରଣ ରେ ଆଲୋଚନା ସୃଷ୍ଟି କରିଛି । ଦୀର୍ଘ ଦୁଇ ବର୍ଷ ହେବ ଏଠାରେ କେନ୍ଦ୍ରଟି ତାଲା ପଡିଥିବା ବେଳେ କୈ।ଣସି  କର୍ମଚାରୀ ଏଠାରେ ରହୁ ନ ଥିବା ଯୋଗୁଁ କାର୍ଯ୍ୟାଳୟଟି କାର୍ଯ୍ୟାଳୟ ଅବସ୍ଥାରେ ନାହିଁ । ଏପରିକି ଦୁଇ ବର୍ଷ ହେବ ଜାତୀୟ ଦିବସରେ ଉକ୍ତ କାର୍ଯ୍ୟାଳୟ ରେ ଜାତୀୟ ପତାକା ଉଡି ନାହିଁ । ଉକ୍ତ କାର୍ଯ୍ୟାଳୟ ରେ ଜାତୀୟ ପତାକାର ଅବମାନନା ହୋଇଛି । ଉକ୍ତ କାର୍ଯ୍ୟାଳୟ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦାଇତ୍ୱ ହୀନତା ଉପରେ ଉଠୁଛି ପ୍ରଶ୍ନବାଚୀ ?  ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜନସାଧାରଣ ଙ୍କ ପ୍ରାଣୀଧନ  ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା କରାଇ ଥିଲେ ମଧ୍ୟ ଏଠାରେ କର୍ମଚାରୀ ନିଯୁକ୍ତି ନ ହୋଇ ଥିବାରୁ ସ୍ୱାସ୍ଥ୍ୟ ସେବା ନ ପାଇ ବହୁ ପ୍ରାଣୀ ଅକାଳରେ ମୃତ୍ୟୁ ବରଣ କରୁଥିବା ଅଭିଯୋଗ ବାଢିଛନ୍ତି ସ୍ଥାନୀୟ ସରପଞ୍ଚ ଦେବ ଭତ୍ରା ଓ ଗୋପାଳନ ଚାଷୀ  ଅବଦୁଲ ଜିଲାନି । ସରପଞ୍ଚ ସମିତି ବୈଠକ, ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଙ୍କୁ ଜଣାଇ ଥିଲେ ମଧ୍ୟ ସୁଫଳ ମିଳିପାରିନାହିଁ | ଗୋପାଳନ ଚାଷୀ ମଧ୍ୟ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସାଧିକାରୀ ଙ୍କୁ ଜଣାଇ ଥିବା ଅଭିଯୋଗ କରି ଏପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟାଳୟକୁ  କର୍ମଚାରୀ ଟିଏ ନିଯୁକ୍ତି ଦେଇପାରି ନ ଥିବା ଯୋଗୁଁ  ଚାଷୀ ମାନଙ୍କର ବହୁ ମୁଲ୍ୟର ଗାଈ ମୃତ୍ୟୁ ବରଣ କରି ଚାଷୀ ମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଉଛି । ଏଣୁ ଜନସଧାରଣ ଙ୍କ ସୁବିଧା ନିମନ୍ତେ ଉକ୍ତ କାର୍ଯ୍ୟ|ଳୟ ରେ ତୁରନ୍ତ କର୍ମଚାରୀ ନିଯୁକ୍ତି ଦେଇ ଜଟାବାଲ ଗ୍ରାମର ପ୍ରାଣୀଧନ ସ୍ୱାସ୍ଥ୍ୟ ସେବା ଯୋଗାଇ ଗୋପାଳନ କରି ଥିବାଚାଷୀ ମାନଙ୍କୁ ସୁରକ୍ଷା  ଜନସାଧାରଣରେ ଦୃଢ ଦାଵି ହେଉଛି । ପ୍ରକାଶ ଥାଉକି,ଉକ୍ତ କେନ୍ଦ୍ର ବାରଣ୍ଡାରେ ଵୁଲା ଗାଇ ଗୋରୁମାନଙ୍କ ସହ ଅସାମାଜିକ ବ୍ୟକ୍ତି ମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଛି।                                                                           

ନବରଙ୍ଗପୁର ଜିଲା ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here