ଡିଜିଟାଲ ମିଡିଆ ଆସୋସିଏସନ ର ନୂତନ କର୍ମକର୍ତ୍ତା ନିର୍ବାଚିତ I ବ୍ରହ୍ମପୁର

ବୁଗୁଡା : ୧୬/୧୧ – ଡିଜିଟାଲ  ମିଡ଼ିଆ ଆସୋସିଏସନ୍ ବ୍ରହ୍ମପୁରର ବିଜୟବିହାର ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ପ୍ରଥମ ସାଧାରଣ ପରିଷଦ ବୈଠକରେ ଚୟନ କରାଯାଇଥିବା ନୂତନ କର୍ମକର୍ତ୍ତା ନାମ ଘୋଷଣା କରାଯାଇଥିଲା । ଏଥିରେ ସହମତି କ୍ରମେ ଲକ୍ଷ୍ମଣ କୁମାର ସାମନ୍ତରାୟଙ୍କୁ ସଭାପତି ଭାବେ ଏବଂ କ୍ଷୀରୋଦ କୁମାର ବେହେରାଙ୍କୁ ପୁର୍ନବାର ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ଏହାଛଡ଼ା କାର୍ଯ୍ୟକାରୀ ପରିଷଦକୁ ନୀରାକର ସାହୁ ଉପସଭାପତି, ସୁଶାନ୍ତ କୁମାର ରାଉତ ସହ ସଂପାଦକ, କୋଷାଧ୍ୟକ୍ଷ ମନୋଜ ଗୌଡ଼, ଅନୀଲ କୁମାର ପାଣିଗ୍ରାହୀ, ମନୋଜ ଗୌଡ଼, ପବିତ୍ର କୁମାର ମହାପାତ୍ର, ରାଜକୁମାର କର, ଲୀନା ସ୍ୱାଇଁ, ଯଯାତି କେଶରୀ ମହାନ୍ତି, ଡ଼ଃ. କୁମୁଦ ଚନ୍ଦ୍ର  ବେହେରା, ନାରାୟଣ ମିଶ୍ର, ଅଖିଳ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ସୁନୀଲ ନାୟକ ବଳରାମ ପଲାଇ, ଗଣେଷ ଡ଼ାକୁଆ, ସରୋଜ ମିଶ୍ର, ପ୍ରଦୀପ କୁମାର ଚୌଧୁରୀ, ଗିରିଜା ପ୍ରସାଦ ରଥଙ୍କୁ ମନୋନୀତ କରାଯାଇଥିଲା । ସଂଘର ମିଡ଼ିଆ ପରାମର୍ଶ ଦାତା ପ୍ରକାଶ ମିଶ୍ର ଏବଂ ପୂର୍ବତନ ସଭାପତି ରମେଶ ଚନ୍ଦ୍ର ପାତ୍ରଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଥିଲା । ଏହାଛଡ଼ା ନୂତନ ଭାବେ ଆଇନ୍ ପରାମର୍ଶଦାତା ଭାବେ ଅନୀଲ କୁମାର ପାଣିଗ୍ରାହୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଜିଲ୍ଲା ସଂଘ, ରାଜ୍ୟ ସଂଘ ଅନୁବନ୍ଧିତ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ କୁହାଯାଇଛି । ଏହାଛଡ଼ା ରାଜ୍ୟ କାର୍ଯ୍ୟକାରିଣୀ ପରିଷଦକୁ ରମେଶ ଚନ୍ଦ୍ର ପାତ୍ର, ପ୍ରକାଶ ମିଶ୍ର, ଅନୀଲ ପାଣିଗ୍ରାହୀ, ଲକ୍ଷ୍ମଣ କୁମାର ସାମନ୍ତରାୟ, ନିରାକାର ସାହୁ, ରାଜ କୁମାର କର, କ୍ଷୀରୋଦ ଚନ୍ଦ୍ର ବେହେରା, ଯଯାତୀ କେଶରୀ ମହାନ୍ତି, ଲୀନା ସ୍ୱାଇଁ, ରଜନୀ ପାତ୍ର, ସୁଶାନ୍ତ କୁମାର ରାଉତ, ନାରାୟଣ ମିଶ୍ର, ନୃସିଂହନନ୍ଦ ପାଢିଙ୍କୁ ଜିଲ୍ଲା ସଂଘରୁ ରାଜ୍ୟ ସଂଘକୁ ନାମ ସୁପାରିଶ୍ କରାଯାଇଥିଲା ।।

ରିପୋର୍ଟ : ଡ଼ଃ.କୁମୁଦ ଚନ୍ଦ୍ର ବେହେରା

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here