ରାଜ୍ୟ ସଭା ସାଂସଦ ଙ୍କ ବ୍ଲକ ପ୍ରତିନିଧି ନିଯୁକ୍ତ I ନବରଙ୍ଗପୁର

ଡାବୁଗାଁ,୧୭/୧୧ ନବରଙ୍ଗପୁର ଜିଲା ୫ଟି ବ୍ଲକ ପାଇଁ ରାଜ୍ୟସଭା ସାଂସଦ ପ୍ରତିନିଧି ନିଯୁକ୍ତି କାର୍ଯ୍ୟକ୍ରମ ସୋମବାର ଶେଷ ହୋଇଛି | ଏଥିରେ ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, କୋଷାଗୁମୁଡା, ପାପଡାହାଣ୍ଡି ଓ ଡାବୁଗାଁ ବ୍ଲକ ନିମନ୍ତେ ୫ ଜଣଙ୍କୁ ରାଜ୍ୟ ସଭା ସାଂସଦ ମୁଜିବୁଲ୍ଲା ଖାନ (ମୁନା ଖାନ) ଓ ଅନ୍ୟାନ୍ୟ କର୍ମୀ ମାନଙ୍କ ଉପସ୍ଥିତିରେ ନବରଙ୍ଗପୁର ଠାରେ ସୋମବାର ଚୟନ କରାଯାଇଥିଲା | ଏଥିରେ ଡାବୁଗାଁ ବ୍ଲକ ପାଇଁ ଡାବୁଗାଁର ବରିଷ୍ଠ ବିଜେଡି ନେତା ରାମାରାଓ ଚୌଧୁରୀ ଙ୍କୁ ନିଯୁକ୍ତି ଦିଆଯାଇଛି | ଏନେଇ ଡାବୁଗାଁ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ସହ କର୍ମୀ ମାନେ ଶ୍ରୀ ଚୌଧୁରୀ ଙ୍କୁ ଶୁଭେଚ୍ଛା  ଜଣାଇବା ସହିତ ରାଜ୍ୟସଭା ସାଂସଦ ମୁନା ଖାନଙ୍କୁ କୃତଜ୍ଞତା ଜଣାଇଛନ୍ତି | ଶ୍ରୀ ଚୌଧୁରୀ ଡାବୁଗାଁରେ ସ୍ଵର୍ଗତ ବିଜୁ ପଟ୍ଟନାୟକ ଙ୍କ ଜନତା ଦଳ ବର୍ତ୍ତମାନ ବିଜେଡିରେ କାର୍ଯ୍ୟ କରୁଛନ୍ତି | ସେ ଉକ୍ତ ପଦବୀରେ ସୂଚାରୁ ରୂପେ କାର୍ଯ୍ୟ କରି ଜନସାଧାରଙ୍କ ସେବା କରିବେ ବୋଲି କହିଛନ୍ତି |   

                                                          

ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here