ପୁରୀ ତାଳବଣୀଆଁ ଥାନା ପୋଲିସ୍ ଦ୍ୱାରା ଡକାୟତି ଯୋଜନା ପଣ୍ଡ ଏବଂ ୪ ଅଭିଯୁକ୍ତ ଗିରଫ୍ ।

ଗତ ତା-୧୪-୧୧-୨୦୨୦ ରିଖ ରାତିରେ ପୁରୀ ତାଳବଣିଆଁ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କିଛି ପୋଲିସ୍ ଷ୍ଟାଫ୍ ସବ୍ ଇନ୍ସପେକ୍ଟର ବିରେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ରାତ୍ରୀ ପ୍ରହରା ବା ନାଇଟ୍ ପ୍ରେଟ୍ରୋଲିଂଗ୍ ଦେଉଥିବା ବେଳେ କିଛି ଡକାୟତ ଛୁରୀ, ଲୁହାରଡ୍ ଏବଂ ହାତ ବମ୍ ଧରି ଯୋଜନା ବଦ୍ଧଭାବେ ଗୋଟେ ଜାଗାରେ ଏକତ୍ରିତ ବା ମେଳି ହୋଇ ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଜାଗା ଉପରେ ପୋଲିସ୍ ଅତରକିତ ଚଢାଉ କରିବା ସହିତ ସେହି ଜାଗାକୁ ଧସେଇ ପସିବାକୁ ଚେଷ୍ଟା କରିବା ବେଳେ ପୋଲିସକୁ ଦେଖି ଉକ୍ତ ଡକାୟତ ମାନେ ସେ ଜାଗା ଛାଡି ହଠାତ୍ ପୋଲିସ୍ ଆଖିରେ ଧୂଳିଦେଇ ଖସି ଦୌଡି ପଳାଇବାକୁ ଆରମ୍ଭ କରିବା ସହିତ ପୋଲିସ୍ ଉପରକୁ ମଧ୍ୟ ଧାରୁଆ ଛୁରୀ ବା ଅସ୍ତ୍ରରେ ଆକ୍ରମଣ କରିବାକୁ ପଛାଇ ନଥିଲେ ଏବଂ ପୋଲିସକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ (1)- ଟିକରପଡା ମୁକୁବାନ 4th ଲେନର ଅଶୋକ ରାୟଙ୍କ ପୁଅ ଗୁଲୁରୀ @ ଅଭିଜିତ୍ ରାୟ(20), (2)- ଚନ୍ଦନପୁର କାଞ୍ଚିସାହି ଅଞ୍ଚଳର ସ୍ୱର୍ଗତ ନବକିଶୋର ଜେନାଙ୍କ ପୁଅ ପେପସି କାଳିଆ @ ବିପ୍ଳବ ଜେନା(45), (3)- ବାସେଳୀ ସାହି ଲୋକନାଥ ରୋଡ୍ ଥାନପତି ଲେନର ଦନେଇ ଦାସଙ୍କ ପୁଅ ସଂଜୟ ଦାସ,(4)- ତାଳବଣିଆଁ ଶିଦ୍ଧ ମହାବୀର ଅଞ୍ଚଳର ସ୍ୱର୍ଗତ ବାବୁଲି ପ୍ରଧାନଙ୍କ ପୁଅ ଆବା ପ୍ରଧାନ @ ରବି(26)ଙ୍କୁ ପୋଲିସ କୌଶଳ କ୍ରମେ ଧରିବାକୁ ସକ୍ଷମ ହୋଇଥିଲା ।

ଅଭିଯୁକ୍ତ ମାନଙ୍କୁ ତାଳବଣିଆଁ ଥାନା କେସ୍ ନମ୍ବର – 179 ତା-15-11-2020 U/S-379/402/307 IPC Rw sec-25 Arms act/sec-4 & 5 E .S actରେ ଧରିବା ପରେ ସେମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ତାଳବଣୀଆଁ ଥାନାଧିକାରୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here