ପ୍ରାଣୀଧନ ଚିକିତ୍ସାଳୟରେ କୁକୁଡା ଚିଆଁ ବଣ୍ଟନ I ବୁଗୁଡା

ବୁଗୁଡା ୧୬/୧୧  ଜାତୀୟ ପ୍ରାଣୀଧନ ଯୋଜନା ମାଧ୍ୟମରେ ସ୍ତାନୀୟ ପ୍ରାଣୀଧନ ଚିକିତ୍ସାଳୟରେ ହିତାଧିକାରୀ ମାନଙ୍କୁ ମାଗଣା କୁକୁଡା ଚିଆଁ ବଣ୍ଟନ କରାଯାଇଛି l ଓଡିଶା ସରକାରଙ୍କ ଦ୍ଵାରା ଚିହ୍ନଟ ୧୦୨ ଜଣ ହରିଜନ, ଆଦିବାସୀ ଓ ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ  ବୁଗୁଡା ପ୍ରାଣୀଧନ ଚିକିତ୍ସାଧିକାରୀ ଡାକ୍ତର ଭଗବତୀ ପ୍ରସାଦ ଦାଶଙ୍କ ତତ୍ବାବଧାନରେ ୨୫  ଗୋଟି ଲେଖାଁଏ ବନରାଜ କୁକୁଡା ଚିଆଁ ବଣ୍ଟନ କରାଯାଇଛି l ହିତାଧିକାରୀଙ୍କୁ ରାତ୍ର ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ  ୫୦୦ ଟଙ୍କା ଲେଖାଁଏ ୭ ଦିନ ମଧ୍ୟରେ ପ୍ରତ୍ୟେକ ହିତାଧିକାରୀଙ୍କ ବ୍ଯାଙ୍କ ଖାତାକୁ ପଠାଇ ଦିଆଯିବ ବୋଲି ଡାକ୍ତର ଶ୍ରୀ ଦାଶ ପ୍ରକାଶ କରିଛନ୍ତି।

ରିପୋର୍ଟ : ଡ଼ଃ. କୁମୁଦ ଚନ୍ଦ୍ର ବେହେରା

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here