ପାରିବାରିକ ଅଶାନ୍ତି ରେ ମ୍ରିୟମାଣ ନିଶାସକ୍ତ ଯୁବକ ଙ୍କ ଉନ୍ମୁକ୍ତ କାଣ୍ଡ , ଯୁବକ କୁ ଉଦ୍ଧାର ପାଇଁ ନାକେଦମ୍ ହେଲେ ପୁଲିସ ଓ ଅଗ୍ନିଶମ କର୍ମଚାରୀ

ଡାବୁଗାଁ, ୧୬/୧୧ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ହାଟପଦା ଜଣେ ନିଶାସକ୍ତ ଯୁବକ ପାରିବାରିକ ଅଶାନ୍ତି ପରେ ମ୍ରିୟମାଣ ହୋଇ ଗୋଟିଏ ବିରାଟ ବରଗଛ ଉପରେ ଦୀର୍ଘ ଦେଢ଼ ଘଣ୍ଟା ରହିବା ପରେ ନିଜେ ଗଛ ରୁ ଓହ୍ଲାହିଛି | ଯୁବକ ର କୌଣସି କ୍ଷତି ହୋଇ ନ ଥିଲେ ସୁଦ୍ଧା ପୋଲିସ ଓ ଅଗ୍ନିଶମ କର୍ମଚାରୀ ନିଶାସକ୍ତ ଯୁବକ ଜଣକୁ ଗଛ ରୁ ଓହ୍ଲାଇବା ପାଇଁ ନାକେଦମ୍ ହୋଇଥିଲେ | ସୂଚନାଯୋଗ୍ୟ :-  ଡାବୁଗାଁ ହାଟପଦା ର ମାନସ ନାୟକ( ୩୦) ଆଜି ସକାଳେ କୌଣସି କଥା କୁ ନେଇ ସ୍ତ୍ରୀ ସହ ଝଗଡା ହେବା ପରେ ରାଗରେ ହାଟପଦା ନିକଟ ଏକ ବିରାଟ ବରଗଛ ଉପରେ ଦିନ ପ୍ରାୟ ୧୨ ଘଣ୍ଟା ସମୟରେ ଚଢ଼ି ଯାଇଥିଲା | ନିଶାସକ୍ତ ଯୁବକ ମାନସ କୁ ଓହ୍ଲାଇବା ପାଇଁ ସେଠାରେ ଥିବା ଲୋକେ ତାକୁ କହିଲା ପରେ ମଧ୍ୟ ମାନସ ଓହ୍ଲାଇ ନ ଥିଲା | ଖବର ପାଇ ଡାବୁଗାଁ ପୋଲିସ ଓ ଅଗ୍ନିଶମ କର୍ମଚାରୀ ମାନସ କୁ ବରଗଛ ଉପରୁ ଉଦ୍ଧାର କରିବା ପାଇଁ  ଆସିଥିଲେ | କିନ୍ତୁ ମାନସ ଗଛ ଉପରେ ଚଢିଲେ ତଳକୁ ଡେଇଁ ଦେବି ବୋଲି କର୍ମଚାରୀଙ୍କୁ ଧମକ ଦେବା ପରେ ନିରୁପାୟ ହୋଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଅପେକ୍ଷା କରିଥିଲେ | ନିଶାସକ୍ତ ଯୁବକ ର ଏପରି କାଣ୍ଡ ଦେଖିବା ପାଇଁ ବରଗଛ ମୂଳରେ ପ୍ରବଳ ଜନ ଗହଳି ହେଇଥିଲା | ଶେଷରେ ଦୀର୍ଘ ଦେଢ଼ ଘଣ୍ଟା ପରେ ନିଶାସକ୍ତ ଯୁବକ ମାନସ ନିଜେ ବରଗଛ ଉପରୁ ଓହ୍ଲାଇଥିଲା | ନିଶାସକ୍ତ ଯୁବକ ର କୌଣସି କ୍ଷତି ହୋଇ ନ ଥିଲେ ସୁଦ୍ଧା ପୋଲିସ ଓ ଅଗ୍ନିଶମ କର୍ମଚାରୀ ଙ୍କୁ ଦୀର୍ଘ ଦେଢ଼ ଘଣ୍ଟା କାଳ ନାକେଦମ୍ କରିଥିଲା

ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରୁ ପ୍ରଜ୍ଞା ରଞ୍ଜନ ପରିଡା, odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here