ଆଜି କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ପାତ୍ରଗଡ ଶ୍ରୀଚନ୍ଦନପୁର ଗ୍ରାମରେଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟଟି ୧୯୪୮ ମସିହାରେ ନିର୍ମିତ ହୋଇ ସେବେଠାରୁ ପାଠପଢା ହୋଇ ଆସୁଥିଲା । ଏହା ଉକ୍ତ ଅଞ୍ଚଳରେ ଏକ ସର୍ବ ପୂରାତନ ବିଦ୍ୟାଳୟ ଭାବେ ପରିଗଣିତ ହେଉ ଆସୁଥିଲା । ହେଲେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମାନଙ୍କ ସଂଖ୍ୟା କମ୍ ରହୁଥିବାରୁ । ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଉକ୍ତ ବିଦ୍ୟାଳୟକୁ ପ୍ରାୟ ୧ କିଲୋମିଟର ଦୂରରେ ଥିବା ଅନ୍ୟ ବିଦ୍ୟାଳୟ ସହିତ ମିଶ୍ରଣ ହେବା ବା କରାଯିବା ପାଇଁ ସରକାରଙ୍କଠାରୁ ଚିଠି ଆସିଥିବାରୁ । ଉକ୍ତ ବିଦ୍ୟାଳୟକୁ ଅନତ୍ର ମିଶ୍ରଣ ନକରିବା ପାଇଁ ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କୁ ଶତାଧିକ ଗ୍ରାମବାସୀ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।——କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି ।