ମକା ପ୍ଲାଣ୍ଟ କୁ ନେଇ ମୁହାଁ ମୁହିଁ, ପୋଲିସ ର ଲାଠି ଚାର୍ଜ : ଡାବୁଗାଁ

ଡାବୁଗାଁ, ୧୩/୧୧ ମକା ପ୍ଲାଣ୍ଟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କୁ ନେଇ ପୁଣି ବିରୋଧ । ମୁହାଁମୁହିଁ ହେଲେ ସପକ୍ଷବାଦୀ ଓ ବିପକ୍ଷବାଦୀ  । ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାରୁ ପୋଲିସ ର ଲାଠି ଚାର୍ଜ ଓ ଜନତାଙ୍କ  ପଥର ମାଡ଼ ରେ ମୁଣ୍ଡ ଫାଟିଲା  ପୋଲିସ ସବଇନିସ୍ପେକ୍ଟର ଅଶ୍ୱିନ କୁମାର ପଟ୍ଟନାୟକ ଙ୍କର, ଚିକିତ୍ସା ହେଲେ କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ, ଆହତ ହେଲେ ୧୦ରୁ ଅଧିକ ଜନସାଧାରଣ ।      ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ବାମୁନି ଗ୍ରାମରେ ସରକାର ଙ୍କ ଦ୍ଵାରା ମକା ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କୁ ନେଇ ସ୍ଥାନୀୟ ଅଞ୍ଚଳ ର ଗୋଟିଏ  ଗୋଷ୍ଠୀ ନିର୍ମାଣ କୁ ବିରୋଧ କରୁଥିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ଏହା ସପକ୍ଷରେ ଥିବାରୁ ଘଟଣା କୁ ନେଇ ବିଭିନ୍ନ ସମୟରେ ଉଭୟ ଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତ କିଛି ଦିନ ପୂର୍ବରୁ ମକା ପ୍ରକ୍ରିୟାକରଣ ୟୁନିଟ ସ୍ଥାନାନ୍ତର ନେଇ ଜିଲ୍ଲାପାଳ ଙ୍କୁ ଦାବି ଜଣାଇବା ପାଇଁ ଆସିଥିବା ବେଳେ ମଧ୍ୟ ଆନ୍ଦୋଳନ ର ନେତୃତ୍ୱ ନେଉଥିବା କିଛି ବ୍ୟକ୍ତି ଙ୍କୁ ପୋଲିସ ଦ୍ୱାରା ଅଟକ ରଖିବା ଘଟଣା କୁ ନେଇ  ଗ୍ରାମବାସୀ  ବିରୋଧ କରି ସେମାନଙ୍କୁ ଛାଡ଼ିବା ଦାବି ନେଇ ଗ୍ରାମବାସୀଙ୍କ ଦ୍ଵାରା ନବରଙ୍ଗପୁର ଜାତୀୟ ରାଜପଥ କୁ କିଛି ସମୟ ଅବରୋଧ କରିଥିଲେ ।  ଆଲୋଚନା ପରେ ସେମାନଙ୍କୁ ପୋଲିସ ଛାଡି ଦେଇଥିଲେ ।  ଆଜି  ପ୍ଲାଣ୍ଟ ପାଚେରୀ କାମ  ଆରମ୍ଭ ହେବାପରେ ପୁଣି ପ୍ରାୟ ୨୦୦ ରୁ ୩୦୦  ବିପକ୍ଷ ବାଦୀ  ଆସି କାମ କୁ ବିରୋଧ କରିଥିବା ବେଳେ ପୁଣି ସପକ୍ଷ ବାଦୀ ମାନେ ପହଞ୍ଚିବାରୁ ଉଭୟ ଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାରୁ  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଥିବା ବେଳେ ପରିସ୍ଥିତି ଅଣାୟତ ହୋଇଥିଲା ଏବଂ ପୋଲିସ ଲାଠିଚାର୍ଜ କରିଥିଲା । ପୋଲିସ କୁ ମଧ୍ୟ ପାଲଟା ଆକ୍ରମଣ ର ଶିକାର ହେବାକୁ ପଡିଥିଲା । ଯାହାଫଳରେ କିଛି ପୋଲିସ କର୍ମଚାରୀ ଙ୍କ ସହ କିଛି ଗ୍ରାମବାସୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ତରଫରୁ ଉପ ଜିଲ୍ଲାପାଳ ଭାସ୍କର  ଚନ୍ଦ୍ର ରଇତ, ଅରକ୍ଷୀ ଅଧିକ୍ଷକ ନିତିନ କୁଶାଲକର, ପାପଡାହାଣ୍ଡି ପୋଲିସ, କୋଷାଗୁମୁଡା ପୋଲିସଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହି ଜନସାଧାରଣ ଙ୍କୁ ବୁଝା ସୁଝା କରିଥିଲେ|      

                                                                                                                                                                

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here