ଦୀପାବଳିରେ ଅଘଟଣ, ନିଆଁ ଲାଗି ଜଣେ ଗୁରୁତର ଦୀପାବଳୀରେ :

ପରିବାର ସଦସ୍ୟ ପୂଜାରେ ବ୍ୟସ୍ତ ଥିବା ବେଳେ ହଠାତ ନିଆଁ ଲାଗି ଯାଇଥିଲା । ନିଆଁ ଲାଗି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଏଭଳି ଏକ ଅଗ୍ନିକାଣ୍ଡ ବାସନ୍ତୀ କଲୋନୀ ଅଞ୍ଚଳରେ ଘଟିଛି।

ଉକ୍ତ ଅଞ୍ଚଳର କ୍ୱାର୍ଟର ନମ୍ୱର ଡିଇ ୧୮୮ ରେ ରାଉରକେଲା ମହାନଗର ନିଗମର କର୍ମଚାରୀ ଶ୍ରୀ ସାମଲ ସପରିବାର ବସବାସ କରନ୍ତି। ଦୀପାବଳୀ ପୂଜା ଘରେ ଚାଲୁ ଥିବା ବେଳେ ନିଆଁ ଲାଗି ଯାଇ ଥିଲା। ଫଳରେ ଶ୍ରୀ ସାମଲଙ୍କୁ ଗୁରୁତର ଅବସ୍ଥାରେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ସଦସ୍ୟ ସୌଭାଗ୍ୟ ବସତ ନିଆଁରୁ ବର୍ତ୍ତି ଯାଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରି ଥିଲେ। ଏହି ଘଟଣା ରେ ଘରର କିଛି ସାମଗ୍ରୀ ଜଳିପଡ଼ି ପାଉଁଶ ହୋଇ ଥିବା ଜଣାପଡିଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here