ପାନ ଦୋକାନରେ ଲଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ :

ଆଜି ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ଦିନକ ପୂର୍ବରୁ ଲୋକେ ବ୍ୟସ୍ତ ବିବ୍ରତ ଥିବା ବେଳେ  ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥ କଡରେ ଥିବା ଏକ ପାନ ଓ କେକ୍ ଦୋକାନରେ କୌଣସି କାରଣରୁ ନିଆ ଲାଗି ଉକ୍ତ ଦୋକାନର ସମସ୍ତ ଖାଦ୍ୟ ସମାଗ୍ରୀ ଓ ଆସବାବପତ୍ର ଜଳି ପାଉଁଶ ହୋଇଯାଇ ଥିବାର ଦେଖା ଯାଇଥିଲା l ଜଳି ଯାଇଥିବା ସମସ୍ତ ସମାଗ୍ରୀ ଲକ୍ଷାଧିକ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ଦୋକାନ ମାଲିକ ମତବ୍ୟକ୍ତ କରିଛନ୍ତି l ତେବେ ସ୍ତାନୀୟ ବାସିନ୍ଦା ଙ୍କ ଅନୁଯାୟୀ କେହି ଅଜଣା ଦୁର୍ବୃତ ନିଆଁ ଲଗାଇ ଦେଇଥିବାର ଆଶଙ୍କା କରାଯାଉଛି l ଏ ସମ୍ଭନ୍ଧରେ ଖବର ପାଇ କୁଆଁରମୁଣ୍ଡା ଫାଣ୍ଡି ପୋଲିଶ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l ଘଟଣା ସ୍ଥଳରେ ପୋଲିଶ ପହଂଚି ଅଗ୍ନିସମ ବିଭାଗ କୁ ଡାକି ନିଆଁ କୁ ଆୟତ କରିବା ରେ ସକ୍ଷମ ହୋଇଥିଲେ l ଏ ବାବଦରେ ଦୋକାନ ମାଲିକ ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ କରିଛନ୍ତି I

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here