ଅଞ୍ଚଳିକ ପରିବହନ ଅଧିକାରୀଙ୍କ ଗାଡି ଦୃର୍ଘଟଣା ଗ୍ରସ୍ଥ ।

ଆଜି କେନ୍ଦ୍ରାପଡା ଦୁହୁରିଆ ଛକ ନିକଟରେ ଥିବା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଗାଡିକୁ ପଛପଟୁ ଧକାଦେଲା ଏକ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଆଞ୍ଚଳିକ ପରିବହନ ଅଧିକାରୀ ଡ୍ରାଇଭର । ଟ୍ରକ୍ ଡ୍ରାଇଭର ପ୍ରଚୁର ପରିମାଣରେ ମଦପିଇ ଗାଡି ଚଳାଉଥିବାରୁ ଏଭଳି ଅଘଟ୍ଟଣ ଘଟିବା ସଂଗେ ସଂଗେ ପରିବହନ ଅଧିକାରୀଙ୍କ ଗାଡିଟି ଜାତୀୟ ରାଜପଥ କଡକୁ ପଲଟି ପଡି ଯାଇଥିବା ପ୍ରତକ୍ଷ ଦର୍ଶି ଯାହା ସୂଚନା ଦିଅନ୍ତି । ଦୃର୍ଘଟ୍ଟଣା ସ୍ଥଳରେ ସଦର ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ମଲ୍ଲିକ ତତକ୍ଷଣାତ୍ ପହଞ୍ଚି ଗାଡି ଦୁଇଟିକୁ ଉଠାଇ ଥାନାକୁ ନେଇ ଉଭୟ ଗାଡି ମାଲିକ ମାନଙ୍କୁ ଡାକି ସେମାନଙ୍କ ମଧ୍ୟରେ ଆପୋଷ ସମାଧାନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । କିନ୍ତୁ ଏଠି ଆଜ୍ଞା ଗୋଟେ ବଡ ପ୍ରଶ୍ନ ମନକୁ ଆସିଛି । ଯଦି ସେହି ଗାଡିରେ ଆର୍ଟିଓ ବସିଥାନ୍ତେ ଏବଂ ଅନ୍ୟ କେହି ଅଫିସ୍ କର୍ମଚାରୀ ମାନେ ଥାନ୍ତେ ତେବେ କଣ ହୋଇଥାନ୍ତା ପରିସ୍ଥିତି । କାହିଁ ଏପରି ଘଟଣା ଘଟିଲା । କାହିଁକି ଏତେ ସକାଳୁ ସକାଳୁ ମଦ ପିଇଥିଲା ଡ୍ରାଇଭର । କାହାର ଡ୍ରାଇଭର ପିଇଥିଲା ମଦ ଏବଂ କାହିଁକି ମଦପିଇ ଚାଳାଉଥିଲା ଗାଡି । କଣ ସବୁଦିନ ଏମିତି ମଦ୍ୟପାନ କରି ଗାଡି ଚଳାଉଛନ୍ତି ନା ରହିଛି ଅନ୍ୟକିଛି କାରଣ ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here