ଜମିବାଡି ବିବାଦକୁ କେନ୍ଦ୍ରକରି ୧୩ ବର୍ଷର ବାଳକକୁ ମରଣାତ୍ମକ ଆକ୍ରମଣ ।

ଆଜି ପଟାମୁଣ୍ଡାଇ ଥାନା ଅନ୍ତର୍ଗତ ବାଲିପାଟଣା ଗ୍ରାମର ସ୍ୱର୍ଗତ ପ୍ରଶାନ୍ତ ତରାଇଙ୍କ ୭ମ ଶ୍ରେଣୀର ପାଠ ପଢୁଥିବା ୧୩ ବର୍ଷର ଛାତ୍ର ବା ପୁଅ ସୁଶାନ୍ତ ତରାଇକୁ ସାମାନ୍ୟ ଅଧଡିସିମିଲ୍ ଜମି ବା ଜାଗାପାଇଁ ସଂନ୍ଧ୍ଯା ୭ଘଟିକା ସମୟରେ ତାଙ୍କର ଦାଦା ରଞିତ୍ ତରାଇ ଏବଂ ଖୁଡି ସଶ୍ମିତା ତରାଇ ଉଭୟ ମିଶି ଖୁବ୍ ଯୋରରେ ମାଡ ମାରିବା ସହିତ ମରଣାତ୍ମ ଆକ୍ରମଣ କରି ଲହୁ ଲୁହାଣ କରାଇବା ପରେ ଏବେ ବିଚରା ଶୁସାନ୍ତ ନିଜର ବିଧବା “ମା”ସହିତ ପ୍ରଥମେ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ତାଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତ୍ୱର ହୋଇ ପଡିବାରୁ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ସହିତ ଜୀବନ ମରଣ ସହିତ ସଂଗ୍ରାମ କରୁଛି ଉକ୍ତ ଅବୋଧ ବାଳକଟି । ଏବିଷୟରେ ତାଙ୍କର ବିଧବା “ମା” ପଟାମୁଣ୍ଡାଇ ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ୍ ଅଭିଯୁକ୍ତଙ୍କ ନାମରେ ଏପର୍ଯ୍ୟନ୍ତ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଏବଂ ପଦକ୍ଷେପ୍ ନନେବା ଏବଂ ଆସାମୀକୁ ଗିରଫ୍ ନକରିବା ସାଧାରଣତଃ ବୁଦ୍ଧିଜିବୀ ମହଲରେ ମୂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦେଖାଯାଉ କେବେ ଗରିବା ଅସହାୟ ଏବଂ ପିତୃହରା ଅବଧୋ ବାଳକକୁ ପଟାମୁଣ୍ଡାଇ ପୋଲିସ ନ୍ୟାୟ ପ୍ରଦାନ କରୁଛି I

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here