ବିଦ୍ୟାଳୟ ମିଶ୍ରଣ ଯୋଜନା ସର୍ବଶିକ୍ଷା ଯୋଜନାର ପରିପନ୍ଥୀ ଓ ଜନଶକ୍ତି ପାର୍ଟି ।

ଆଜି କେନ୍ଦ୍ରାପଡା ରିଡିଂ ରୁମ୍ ପରିସର ମଧ୍ୟରେ ରାଜ୍ୟ ଜନଶକ୍ତି ପାର୍ଟି ତରଫରୁ ଜିଲ୍ଲାର ବିଭିନ୍ନ ବ୍ଲକ୍ ଏବଂ ଗ୍ରାମ ମାନଙ୍କରେ ସର୍ବଶିକ୍ଷା ଅଭିଯାନ ନାମରେ ବିଭିନ୍ନ ପ୍ରାୟିମେରୀ, ଅପର ପ୍ରାଇମେରୀ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ପ୍ରାୟିମେରି ପର୍ଯ୍ୟନ୍ତ ଶତାଧିକ ବିଦ୍ୟାଳୟ ଗୁଡିକୁ ଛାତ୍ରଛାତ୍ରୀ ମାନେ କମ୍ ରହିଥିବାରୁ ଅନତ୍ର ବା ଅନ୍ୟ ବିଦ୍ୟାଳୟ ମାନଙ୍କ ସହିତ ମର୍ଚ୍ଚ ବା ମିଶ୍ରଣ କରୁଥିବାରୁ । ସାଧାରଣତଃ ଗରିବ ମେଧାବୀ ଛାତ୍ର ଛାତ୍ରୀମାନେ ଅନ୍ୟ ବିଦ୍ୟାଳୟକୁ ପାଠପଢିବା ପାଇଁ ଯିବାପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଦିନକୁ ଦିନ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ଏବଂ ଶିକ୍ଷା କ୍ଷେତ୍ରରେ ଅବ୍ୟବସ୍ଥା ପରିଲିକ୍ଷିତ ହେଉଥିବା ବୁହୁ ମାତ୍ରାରେ ଦେଖିବାକୁ ମିଳୁଛି । ବିଦ୍ୟାଳୟ ଗୁଡିକୁ ରାଜ୍ୟ ସରକାର ଭାଂଗୀ ଦେଉଥିବା ପ୍ରତିବାଦରେ ରାଜ୍ୟ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ବା ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ଶ୍ରମିକ ନେତା ରମେଶ ଥାଟୋଇ,ବରିଷ୍ଠ ସମାଜ ସେବୀ ଅମରବର ବିଶ୍ୱାଳ, ସମବାୟ ସଭାପତି ପ୍ରଶାନ୍ତ ନାୟକ, ଉପସଭାପତି ସୁମନ୍ତ ମିଶ୍ର, ବିବେକ ନାୟକ, ଦିଲ୍ଲୀପ୍ ଜେନା,ଶାନ୍ତନୁ ନାୟକଙ୍କ ମଞ୍ଚ ଉପରେ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜନଶକ୍ତି ପାର୍ଟିର ବହୁ କର୍ମକର୍ତ୍ତା ଓ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ଭଂଗା ଯାଇଥିବା ବିଦ୍ୟାଳୟ ଗୁଡିକୁ ପୂର୍ଣ୍ଣରାୟ ଯଦି ପୂର୍ବାସ୍ଥାକୁ ଫେରାଇ ନଅଣାଯାଏ ତେବେ ଆଗାମୀ ଦିନରେ ରାଜ୍ୟ ଜନଶକ୍ତି ପାର୍ଟି ବା ଦଳ ତରଫରୁ ନିଶ୍ଚିତ ରୂପେ ଏପରି ବିଦ୍ୟାଳୟ ମିଶ୍ରଣ ପର୍ବକୁ ଘୋର ନିନ୍ଦା କରିବା ସହିତ ଆଗାମୀ ଦିନରେ ନିଶ୍ଚିନ୍ତ ରୂପେ ରାଜ୍ୟ ସରକାରଙ୍କ ଏପରି ନୀତି ନୀୟମକୁ ବିରୋଧ କରି ରାଜ ରାସ୍ତାକୁ ଓହ୍ଲାଇବ ପାଇଁ ସରକାରଙ୍କୁ ଚେତାବନୀ ଦେଇଥିବ ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here