ରାଜଗାଙ୍ଗପୁର ପୈ।ରାଞ୍ଚଳରେ ବିଭିନ୍ନ ପର୍ବପର୍ବାଣି ପାଇଁ ସମଗ୍ର ଅଞ୍ଚଳରେ ସଫେଇ ପାଇଁ ପୈ।ରାଧିକାରୀଙ୍କ ସହ ଆଲୋଚନା

ସୁନ୍ଦରଗଡ଼ ଜିଲ୍ଲା ପୈ।ରାଞ୍ଚଳ ରାଜଗାଙ୍ଗପୁର ଅଞ୍ଚଳରେ ଥିବା ବିଭିନ୍ନ ପୋଖରୀ ସଫେଇ ଓ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟକ୍ରମ ସକାସେ ପୈ।ରାଧିକାରୀଙ୍କ ସହ ଆଲୋଚନା ହେଇଥିଲା । ଏହି ସବୁ କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦିଆଯିବାକୁ ବିଶେଷ ଅନୁରୋଧ

(୧) ଆଗାମୀ ଛଟ ପୂଜା କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ଉପଲକ୍ଷେ ତୁରନ୍ତ ବାବା ତଲାଵ, କୁଣ୍ଡୁ ତଲାଵ, ବଗିଚାପଡା ନଦୀ, ବାରୁପଡା ପୋଖରୀ, ଲିପଲୋଇ ପୋଖରୀ, ରାଣୀବନ୍ଧ ପୋଖରୀ ତୁରନ୍ତ ସଫାସୁତୁରା କରାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି, ଯାହାର କାର୍ଯ୍ୟକାରୀ ପାଇଁ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସହ ଆଲୋଚନା କରିବା ପାଇଁ ଅନୁରୋଧ

(୨) ବିବାହ ଘର, ବ୍ରତ ଘର ଓ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ପାଇଁ କୋଭିଡ ନିୟମ ଅନୁଯାୟୀ କଲ୍ୟାଣ ମଣ୍ଡପ ଲୋକ ମାନଙ୍କୁ ଯୋଗାଇ ଦେବା ପାଇଁ ଅନୁରୋଧ

(୩) ନୂତନ କରି ଚିନ୍ନଟ ହୋଇଥିବା ପ୍ରାୟ ୫୦ ଜଣ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ ପାଇଁ ଅନୁରୋଧ

(୪) ଗ୍ରୀନ ଫିଲଡ ଷ୍ଟ୍ରିଟ ଲାଇଟ କାମର ଅଗ୍ରଗତି ସମ୍ପର୍କରେ ଆଲୋଚନା, ଓ ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ସ୍ଥାନରେ ଷ୍ଟ୍ରିଟ ଲାଇଟର ଆବଶ୍ୟକ, ପୁଣି ଥରେ ମାନନୀୟ ମନ୍ତ୍ରୀ ଗୃହ ଓ ନଗର ଉନ୍ନୟନ ବିଭାଗ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କୁ ଅନୁରୋଧ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପିୟୁସ ଲୋହାର ଙ୍କୁ ଅନୁରୋଧ

(୫)କୁମାରକେଲା ୱାର୍ଡ ନମ୍ବର ୧୫ ରେ ନିର୍ମାଣାଧୀନ ଏମସିସି ବିଲଡିଙ୍ଗ ପାଖରେ ଡ୍ରେନ ନିର୍ମାଣ ପାଇଁ ଅନୁରୋଧ

(୬) ସନସିଟି ହୋଟେଲ ସମ୍ମୁଖରେ ଥିବା ନାଳୀ ଉପରେ ସ୍ଲାଵ ଦେବା ପାଇଁ ଅନୁରୋଧ

ଏ ସମସ୍ତ କାର୍ଯ୍ୟ ଯଥା ଶୀଘ୍ର ଶେଷ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି  ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here