ଖଣି ମାଟି ଯୋଗୁଁ ମୁଣ୍ଡରେ ହାତ ଦେଲେଣି ଚାଷୀ କୂଳ

କୋଇଡା ବ୍ଲକର ଡେ଼ଙ୍ଗୁଲା ପଞ୍ଚାୟତ ର ତିନ୍ତ ଗ୍ରାମରେ ବସବାସ କରନ୍ତି ପାଖାପାଖି ଚାଳିଶ ରୁ ଅଧିକ ପରିବାର l ଆଉ ପାଖରେ ଅଛି କୋଇଡା ଖଣି ଉପନିର୍ଦେଶକଙ୍କ ଅଧୀନରେ ଥିବା ଏସ. ଏନ ମହାନ୍ତି ଲୌହ ଖଣି l ଗ୍ରାମର ଅଧିବାସୀ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି l ଅଧିବାସୀ ଯେଉଁ ଚାଷ କରିଥାନ୍ତି ପାଣି ପାଇଁ ବର୍ଷା ଏବଂ ପାହାଡ଼ରୁ ଝରୁଥିବା ନାଳ ଉପରେ ନିର୍ଭର କରିଥାନ୍ତି l ସରକାରଙ୍କ ତରଫରୁ କୃଷି ଜମି ଜଳସେଚନ ପାଇଁ ଏପରି କି ଏଲ ଆଇ ପଏଣ୍ଟ ମଧ୍ୟ ଯୋଗାଇ ଦିଆ ଯାଇ ନାହିଁ l କିନ୍ତୁ ବିଡ଼ମ୍ବନା ର ବିଷୟ ଯେ ଅତି ନିକଟରେ ଥିବା ଏସ. ଏନ. ମହାନ୍ତି ଲୌହ ଖଣି ତରଫରୁ ମଧ୍ୟ ପାରିପାର୍ଶ୍ବିକ ଉନ୍ନତି ପାଇଁ ମଧ୍ୟ କିଛି ଯୋଗାଇ ଦିଆ ଯାଇ ନାହିଁ l କିନ୍ତୁ ଓଲଟା ଖଣିର ଲାଲ ମାଟି ସବୁ ନାଳ ଦେଇ ଆସି ଚାଷ ଜମି ଗୁଡିକରେ ମାଡି ଯାଇଛି ବୋଲି ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି l କଷ୍ଟେ ମଷ୍ଟେ ଯେଉଁ ଧାନ ଚାଷ ଗଣ୍ଡାଏ ହୋଇଛି ସବୁ ଲାଲ ପଡି ମରିଯାଇଛି l କିପରି ବର୍ଷ ତମାମ ନିଜ କୁଟୁମ୍ବ କୁ ଚଳାଇବେ ବୋଲି ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here