ରାଜଗାଙ୍ଗପୁର ପୌରପାଳିକା ର ଜନସଚେତନତା କାର୍ଯ୍ୟକ୍ରମ

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ଉପଲକ୍ଷେ ସହର ପରିକ୍ରମା :

ରାଜଗାଙ୍ଗପୁର ପୌରପରିଷଦ ଦ୍ଵାରା ରାଜଗାଙ୍ଗପୁର ସହରରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ଉପଲକ୍ଷେ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଗଠନ କରିବା ପାଇଁ ଏକ ପଦଯାତ୍ରା  ଅନୁଷ୍ଠିତ ହୋଇଯାଇଛି। ପୌରପାଳିକା ର ସଦସ୍ୟ ଓ ସ୍ୱଚ୍ଛ ସାଥି ମାନେ ମିଶି ସହର ପରିକ୍ରମା କରିବା ସହିତ ସୁସ୍ଥ ସମାଜ ଗଠନ କରିବା ପାଇଁ  ଜନସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।ଏହା ଦ୍ଵାରା ସମସ୍ତ ଜନସାଧାରଣ ନିଜେ ସ୍ୱଚ୍ଛ  ରହିବା ସହିତ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ  ଚେଷ୍ଟା କରିବେ। ସମସ୍ତେ ସ୍ୱଚ୍ଛ ରହିଲେ ପରିବେଶ ସୁସ୍ଥ ଓ ସୁନ୍ଦର ହୋଇ ଉଠିବ। ଜନସାଧାରଣ ଙ୍କ ଅବଗତି ନିମନ୍ତେ ଘରୁ ବାହାରୁ ଥିବା ଆବର୍ଜନା କୁ ଏକାଠି ନକରି ଅଲଗା ଅଲଗା ଭାବରେ ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ଗାଡ଼ିରେ ପକାଇବା ପାଇଁ ପୌରପାଳିକା ତରଫରୁ ଜଣାଇ ଦିଆଯାଇଥିଲା। ଏହା ଦ୍ଵାରା ଏହି ବର୍ଜ୍ୟବସ୍ତୁ ରୁ ବ୍ୟବହାର ଯୋଗ୍ୟ ଜିନିଷ ତିଆରି ହୋଇ ପାରିବ ସେଥିପାଇଁ ଜନସାଧାରଣ ଙ୍କ ର ସଚେତନ ହେବା ନିତ୍ୟାନ୍ତ ଜରୁରୀ। ପରିଷଦ ର କାର୍ଯ୍ୟନିର୍ବାହି ଅଧିକାରୀ  ତଥା ରାଜଗାଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପୀୟୂଷ ଲୋହାର ଙ୍କ ଅଧ୍ୟକ୍ଷତାରେ ଏହି ପଦଯାତ୍ରା ପୌରପରିଷଦ କାର୍ଯ୍ୟାଳୟ ରୁ ବାହାରି ସହର ପରିକ୍ରମା କରି ସାଧାରଣ ଜନତା ଙ୍କୁ ଏକ ସ୍ୱଚ୍ଛ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ଗଢିବା ର ବାର୍ତ୍ତା ଦିଆଯାଇଥିଲା I ୨0୧୯ ର ସ୍ୱଚ୍ଛ ଭାରତ ସର୍ବେରେ ରାଜଗାଙ୍ଗପୁର ମୁନିସିପାଲିଟି ଭାରତ ରେ ୧୭ ତମ ସ୍ଥାନ ପାଇଥିବାବେଳେ ଓଡିଶା ରେ ଚତୁର୍ଥସ୍ଥାନ ହାସଲ କରି ରାଜଗାଙ୍ଗପୁର ମୁନିସିପାଲିଟି ସହରବାସୀଙ୍କୁ ଗୌରବିତ କରିଥିଲେ I ଏଥିରେ ସ୍ୱଚ୍ଛ ସାଥୀ କର୍ମଚାରୀ ମାନଙ୍କର ବିଶେଷ ଅବଦାନ ରହିଛି କିନ୍ତୁ ସହରବାସୀ ବର୍ତମାନ ସୁଦ୍ଧା ପୂର୍ଣ୍ଣ ଭାବେ ସଚେତନ ହୋଇନାହାନ୍ତି I ଜନସଚେତନତା ର ଅଭାବ ରହିଲେ ଏହି ଭଳି କାର୍ଯ୍ୟକ୍ରମ ଯେତେ ହେଲେ ମଧ୍ୟ ସୁଫଳ ମିଳିବ ନାହିଁ ତେଣୁ ସମସ୍ତେ ଏକ ମନ ହୋଇ ଏହି କାର୍ଯ୍ୟକ୍ରମରେ ଯୋଗ ଦେଲେ ନିଶ୍ଚିତ ଭାବରେ ସ୍ୱଚ୍ଛ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ସଫଳ ହୋଇ ଉଠିବ। ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ପିୟୁଷ ଲୁହା , ସାନିଟାରୀ ଇନସ୍ପେକଟର ଭବାନୀ ପଟେଲ , ସାନିଟାଇଜେସନ୍ ଇନଚାର୍ଜ କାର୍ତ୍ତିକ ମହାରଣା , ସାନିଟାଇଜେସନ ଏକ୍ସପର୍ଟ ନାରାୟଣ ରେଡି ଓ ସୁସ୍ମିତା ବିଶୋଇ ମୁଖ୍ୟ ସହଯୋଗ କରିଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here