ତିର୍ତ୍ତୋଲ ଉପନିର୍ବାଚନରେ ବିପୁଳ ବ୍ୟବଧାନରେ ବିଜୟ ଶଙ୍କର ଦାସ ଙ୍କ ବାଜିମାତ

ଜଗତସିଂହପୁର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିର୍ଦ୍ଦେଶ ଅନୁସାରେ ଜଗତସିଂହପୁର ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତିର୍ତ୍ତୋଲ ଉପନିର୍ବାଚନ ଗଣତି କାର୍ଯ୍ୟ ଶାନ୍ତିଶୃଙ୍ଖଳା ଭାବେ ସଂପନ୍ନ ହୋଇଛି I ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ତିର୍ତ୍ତୋଲ ଆସନ ପାଇଁ ବିଜେଡି ବିଷ୍ଣୁ ଚ଼ରଣ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିଲI I ବିଷ୍ଣୁ ଚରଣ ଦାସ ବିଜେପି ପ୍ରାଥୀ ରମାକାନ୍ତ ଭୋଇଙ୍କ ଠାରୁ ୩୫ହଜାର ୪୪୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ I ତେବେ ତାଙ୍କ ରେକର୍ଡ କୁ ଅତିକ୍ରମ କରିଛନ୍ତି ତାଙ୍କ ପୁତ୍ର ବିଜୟ ଶଙ୍କର ଦାସ I ତିର୍ତ୍ତୋଲ ଆସନଟି ପୂବରୁ ବିଜେଡିର ଗଡ଼ ଥିବାବେଳେ ଦଳୀୟ ନୀତି ଯୋଗୁଁ ବିଜେଡ଼ି ନିଜର ଜୟଯାତ୍ରା ଜାରିରଖିଛି I ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଦଳୀୟ କନ୍ଦଳ ଥିବା ସତ୍ତ୍ବେ ବିଜେଡ଼ି ସେହି ଆସନରେ ବାଜିମାତ୍ କରିଛି I ବିଜୟ ଶଙ୍କର ଦାସ ଦୁଇ ଦଳକୁ ପଛରେ ପକାଇ ୪୧ହଜାର ୭୦୩ ଖଣ୍ଡ ଭୋଟ ରେ ବିଜୟର ଟିକା ଲଗାଇଛନ୍ତି I

ଜଗତସିଂହପୁର ଏସଭିଏମ୍ କଲେଜରେ ମଙ୍ଗଳବାର ସକାଳ ୮ ଟା ରୁ  ଗଣତି  ଆରମ୍ଭ ହୋଇଥିଲା I ପୋଷ୍ଟାଲ ବାଲାଟ ସହ ଶେଷ ରାଉଣ୍ଡରେ  ବିଜେଡି ପ୍ରାର୍ଥୀ ଵିଜୟ ଶଙ୍କର ଦାସ ୮୬ ହଜାର ୭୦୩ ଖଣ୍ଡ ଭୋଟ ପାଇ  ଵିଜୟ ଲାଭ କରିଥିବାବେଳେ ବିଜେପି ପ୍ରାର୍ଥୀ ରାଜକେଶ୍ୱର ବେହେରା ୪୬ ହଜାର ୬୦୭ ଖଣ୍ଡ ଭୋଟ୍ ଓ କଂଗ୍ରେସ୍ ପ୍ରାର୍ଥୀ ହିମାଂଶୁ ଶେଖର ମଲ୍ଲିକ୍ ୨୮ହଜାର ୭୭୮ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି I ବିଜୟଙ୍କ ବାଜିମାତ୍ ରେ ତିର୍ତ୍ତୋଲ ବିଜେଡି କର୍ମୀ ତିନି ବ୍ଲକରେ ଵିଜୟ ଉତ୍ସଵ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିଥିବା ଦେଖିବାକୁ ମିଳିଥିଲା । ଜଗତସିଂହପୁର ଜିଲ୍ଲାରେ ତିର୍ତ୍ତୋଲ ନିର୍ବାଚନ ପାଇଁ  ମନ୍ତ୍ରୀ ,ସାଂସଦ , ବିଧାୟକ ବହୁ ପରିଶ୍ରମର  ଫଳର ସ୍ବାଦ  ଚାଖିଛନ୍ତି ବୋଲି ବିଜେଡ଼ି ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସ  କହିଛନ୍ତି I ଦିନ ରାତି ଏକତ୍ର ହୋଇ ବିଜେଡ଼ି ଦଳ ପାଇଁ କାମ କରିଥିଲୁ , ପରିଶ୍ରମ ର ଫଳ ଆଜି ଆମକୁ ମିଳିପାରିଲା ବୋଲି ଜିଲ୍ଲା ଯୋଜନା ବୋର୍ଡ଼ ର ଅଧ୍ୟକ୍ଷ ତଥା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କହିଛନ୍ତି I ବିଜୟ ଙ୍କ ବିଜୟ ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I

ଜଗତସିଂହପୁର ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here