କଟକରେ ‘ଆୟକର ଆପିଲେଟ ଟ୍ରିବ୍ୟୁନାଲ’ର ନୂଆ ଭବନ ଉଦ୍‌ଘାଟିତ

କଟକ: କଟକ ରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ ର ନୂଆ ଭବନ ର ଉଦଘାଟନ ହୋଇଛି । ଭିଡିଓ କନଫେରନ୍ସିଂ ଯୋଗେ ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହି ଅନ୍‌ଲାଇନ୍‌ ଉଦ୍‌ଘାଟନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସାମିଲ ହୋଇଥିଲେ। ତାହା ସହିତ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଆୟକର ଆପିଲେଟ ଟ୍ରିବ୍ୟୁନାଲ ନୂଆ ଭବନର ଅନ୍‌ଲାଇନ୍‌ ଉଦ୍‌ଘାଟନୀ ସଭାରେ ସାମଲ୍ ହୋଇଥିଲେ I

ଏହି ଆୟକର ଆପିଲେଟ ଟ୍ରିବ୍ୟୁନାଲ, ଆୟକର ବିବାଦ ସମ୍ପର୍କରେ ଓଡ଼ିଶାର ସର୍ବୋଚ୍ଚ ପ୍ରାଧିକରଣ ଭାବେ କାମ କରିବ । ଏହା ଦ୍ୱାରା ସହଜରେ ଆୟକର ନେଇ ରାଜ୍ୟ ଭିତରେ ଉପୁଜୁ ଥିବା ବିବାଦର ଶୀଘ୍ର ସମାଧାନ ହୋଇପାରିବ ।

କଟକରେ ଭାରତର ତୃତୀୟ ଓ ପୂର୍ବ ଭାରତରେ ITATର ପ୍ରଥମ ବିଲ୍ଡିଂ ଉଦଘାଟନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି । ଏଠାରେ କେବଳ ଓଡ଼ିଶା ନୁହଁ ରାଞ୍ଚି, ପାଟଣା ଓ ଗୌହାଟି ବେଞ୍ଚର କେସ୍ ସମାଧାନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କଟକରେ ୧୯୭୦ ମସିହାରେ ବିଜୁ ବାବୁଙ୍କ ଉଦ୍ୟମରେ ITAT ପ୍ରତିଷ୍ଠା ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here