ଛତୁ ଚାଷ ତାଲିମ ଶିବିର ଉଦଘାଟିତ

ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧୀନ ଚାରଗାଁ ଗ୍ରାମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ଵରୋଜଗାର ସଂସ୍ଥାନ ଆନୁକୁଲ୍ୟରେ ଡାବୁଗାଁ ବନ ବିଭାଗ ସହଯୋଗରେ ସ୍ବୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନଙ୍କୁ ଛତୁ ଚାଷ ତାଲିମ ଶିବିର ଶନିବାର ଉଦଘାଟିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମଙ୍ଗୋ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ | ଏଥିରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ଵରୋଜଗାର ସଂସ୍ଥାନରୁ ପ୍ରଶିକ୍ଷକ ଭାବେ ରାଜକିଶୋର ପଟ୍ଟନାୟକ, ନିର୍ମଳ ମିଶ୍ର ଓ ସୁମନ ମହାପାତ୍ର ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣ ଦେଉଛନ୍ତି | ଏହି ତାଲିମ ଶିବିର ୧୦ ଦିନ ଧରି ଚାଲିବ | ଏଥିରେ ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ ବିକାଶ ସଂଗଠନ ସଭାପତି ଇଶ୍ଵର ପ୍ରସାଦ ସାବତ, ଧାମନାଗୁଡା ସରପଞ୍ଚ ସୁନାମଣି ମାଝୀ, ବନ ସୁଆରକ୍ଷା ସମିତି ସଭାପତି ସନସାଇ ମାଝୀ, ବନପାଳ ଲକ୍ଷ୍ମୀକାନ୍ତ ସାହୁ, ବନରକ୍ଷୀ ମନୋରଞ୍ଜନ ନାୟକ ଓ ପ୍ରକାଶ ସରକାର ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ ଏସଏଚଜି ର ୨୫ ଜଣ ମହିଳା ତାଲିମ ନେଉଛନ୍ତି | ଏହି କାର୍ଯ୍ୟକ୍ରମକୁ ଆମ ଜଙ୍ଗଲ ଯୋଜନାର ଦଳପତି କୃପାଦାସ ମହୁରିଆ ଓ ଉନ୍ନୟନ ଅଧିକାରୀ ହରିହର ନାୟକ ପରିଚାଳନା କରିଥିଲେ I

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here