ରାଉରକେଲା ମହାନଗର ନିଗମ ପକ୍ଷରୁ ‘ଶନିବାର ସ୍ୱଚ୍ଛାଗ୍ରହ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ସଚେତନତା ସାଙ୍ଗକୁ ସ୍ୱଚ୍ଛତା ନିମନ୍ତେ ନିଜେ ଶ୍ରମ ଦାନ କରି ଅନ୍ୟମାନଙ୍କୁ ପ୍ରୋତ୍ସାହିତ କଲେ ନିଗମ କର୍ମଚାରୀ

ସ୍ୱଚ୍ଛ ବଜାର ନିମନ୍ତେ ପ୍ରତି ଶନିବାର ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଲକ୍ଷ୍ୟ

ଆଜି ସ୍ଥାନୀୟ ଛେଣ୍ଡ କଲୋନୀ ସ୍ଥିତ ଭି.ଏସ.ଏସ. ମାର୍କେଟରେ ରାଉରକେଲା ମହାନଗର ନିଗମ ପକ୍ଷରୁ ‘ଶନିବାର ସ୍ୱଚ୍ଛାଗ୍ରହ’ ନାମରେ ଏକ କ୍ୟାମ୍ପେନ ଆରମ୍ଭ ହୋଇଛି। ସ୍ୱଚ୍ଛ ସର୍ବେକ୍ଷଣ ଅନ୍ତର୍ଗତ ସ୍ୱଚ୍ଛ ବଜାର କାର୍ଯ୍ୟକ୍ରମ ଆଧାରରେ ଏହି କ୍ୟାମ୍ପେନ ଆରମ୍ଭ କରିଛି ମହାନଗର ନିଗମ। ସ୍ୱଚ୍ଛତା ଓ ସ୍ୱଚ୍ଛ ସର୍ବେକ୍ଷଣ – ୨୦୨୧ ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି ଓ ବଜାର ଅଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏବେ ପ୍ରତି ଶନିବାର ଦିନ କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ସେହିଦିନ ନିଗମର ଅଧିକାରୀ ତଥା କର୍ମଚାରୀ ମାନେ ନିଜେ ସକାଳୁ ସକାଳୁ ଶ୍ରମଦାନ କରି ବଜାର ଅଞ୍ଚଳରେ ସଫେଇ କରିବା ସାଙ୍ଗକୁ ସ୍ୱଚ୍ଛତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ ବୋଲି ଜଣାପଡିଛି। ବିଶେଷ କରି ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ, ଓଦା ଓ ଶୁଖିଲା ଆବର୍ଜନା କୁ ଅଲଗା ଅଲଗା କରି ଦୁଇଟି ଡ଼ଷ୍ଟବିନରେ ରଖିବା, ନିଜ ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଅଳିଆ ଆବର୍ଜନା ଇତ୍ୟାଦି ବାହାରେ ନ ପକାଇ ସଫେଇ କର୍ମଚାରୀ ଙ୍କୁ ହିଁ ପ୍ରଦାନ କରିବା , ସ୍ୱଚ୍ଛ ସର୍ବେକ୍ଷଣ – ୨୦୨୧ ରେ ଅଂଶଗ୍ରହଣ କରି ନିଜ ସ୍ମାର୍ଟ ଫୋନରେ ସ୍ୱଚ୍ଛତା ଆପ ଡାଉନଲୋଡ କରି ସ୍ୱଚ୍ଛତା ସମ୍ପର୍କିତ ସମସ୍ୟାର ସମାଧାନ ନିମନ୍ତେ ଜଣାଇବା ଇତ୍ୟାଦି ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

ଆଜି ସକାଳୁ ସକାଳୁ ରାଉରକେଲା ମହାନଗର ନିଗମର ଉପାୟୁକ୍ତ ଶ୍ରୀଯୁକ୍ତ ସୁଧାଂଶୁ କୁମାର ଭୋଇଙ୍କ ନେତୃତ୍ୱରେ ନିଗମର ବହୁ ଅଧିକାରୀ ତଥା କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରଥମେ ଭି.ଏସ.ଏସ ମାର୍କେଟରେ ଝାଡୁ ମାରି ସଫା କରିବା ସହ ମାର୍କେଟ ଭିତରେ ଥିବା ପାର୍କକୁ ବି ପରିଷ୍କାର କରିଥିଲେ। ପରେ ଦୋକାନ ଦୋକାନ ବୁଲି ଲୋକଙ୍କୁ ଲିଫଲେଟ ବଣ୍ଟନ କରି ସ୍ଵଚ୍ଛତା ସମ୍ପର୍କରେ ବୁଝାଇବା ସହ ସଚେତନତା ଧର୍ମୀ ପୋଷ୍ଟର ବି ମାରିଥିଲେ। ଆଗାମୀ ଦିନରେ ନିଗମ ପକ୍ଷରୁ ଏଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଜଣାପଡିଛି। ନିଗମର ଏଭଳି ପ୍ରୟାସକୁ ସ୍ଥାନୀୟ ଅଧିବାସୀ ତଥା ବ୍ୟବସାୟୀ ମାନେ ସ୍ୱାଗତ କରିବା ସହ ସେମାନେ ବି ଏଥର ନିଜ ବଜାରକୁ ଅଧିକ ସ୍ବଛ ରଖିବା ଲାଗି ପଦକ୍ଷେପ ନେବେ ବୋଲି କହିଛନ୍ତି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here