ରାଜ୍ୟରେ ସ୍କୁଲ ଖୋଲିବା ନିଷ୍ପତ୍ତି ଉପରେ ଲାଗିଲା କଟକଣା : ସମୀର ରଞ୍ଜନ ଦାଶ

ଭୁବନେଶ୍ବର : ଚଳିତ ମାସରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇ ସାରିଥିଲେ ମଧ୍ୟ ଏବେ ସେହି ନିଷ୍ପତ୍ତି ରେ ପୂର୍ଣ୍ଣଛେଦ ପଡିଛି। ନବମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସ୍କୁଲ ଖୋଲିବା ନେଇ ଗାଇଡଲାଇନ ଜାରି ମଧ୍ୟ ହୋଇ ସାରିଥିଲା। କରୋନା ଯୋଗୁଁ ଚଳିତବର୍ଷ ମାର୍ଚ୍ଚ ରୁ ସ୍କୁଲ ବନ୍ଦ ରହିଛି। ଚଳିତ ମାସ ରେ ସ୍କୁଲ ଖୋଲିବ ନାହିଁ। ଆନ୍ଧ୍ର ରେ କରୋନା ସ୍ଥିତି ରେ ଯେପରି ଦୃତ ଗତିରେ ବୃଦ୍ଧି ପାଉଛି ତାହାକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ଉପରେ ସ୍ଥଗିତାଦ୍ଦେଶ ଜାରି ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ଆନ୍ଧ୍ରପ୍ରଦେଶ ସମେତ କେତେକ ରାଜ୍ୟରେ ସ୍କୁଲ ଖୋଲିବା ପରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ବହୁମାତ୍ରାରେ କରୋନା ସଂକ୍ରମଣ ରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ଚିନ୍ତା ବଢିବାରେ ଲାଗିଛି। ଅପରପକ୍ଷରେ ଡିସେମ୍ବର ରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ନେଇ ଆଶଙ୍କା ପାଇଛି। ଏହାକୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here