ଆସନ୍ତାକାଲି ଠାରୁ ଆରମ୍ଭ ହେବ ମୋ ଧାମ ମୋ ଗର୍ବ ଦସ୍ତଖତ ଅଭିଯାନ

ପୁରୀ- ତା. ୦୫.୧୧.୨୦୨୦- ମୋ ଧାମ ମୋ ଗର୍ବ ଅଭିଯାନ ଅଧିନରେ ଆସନ୍ତକାଲି ଠାରୁ ଦୁଇ ଦିନ ଧରି ସ୍ବଚ୍ଛତା ସଂପର୍କିତ ଶପଥ ନିମନ୍ତେ ଦସ୍ତଖତ ଅଭିଯାନ ଆରମ୍ଭ ହେବ । ଏଥିରେ ଘରର ପ୍ରତ୍ୟେକ ବ୍ୟକ୍ତି ସାମିଲ ହେବା ନିମନ୍ତେ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏନେଇ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ପୌରସଦନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଛି । ଏଥିରେ ସ୍ବଚ୍ଛସାଥୀ, ୟୁଥ ଫର ବେଟର ପୁରୀ, ଜାତୀୟ ସେବା ସଂସ୍ଥା ଓ ନେହେରୁ ଯୁବକେନ୍ଦ୍ର ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ । ଏତଦବ୍ୟତୀତ ପୃଥକ ଭାବେ ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ ନିମନ୍ତେ ମଧ୍ୟ ସ୍ବତନ୍ତ୍ର ଗାଡି ଦୁଇଦିନ ଧରି ଚାଲିବ । ଦସ୍ତଖତ ଅଭିଯାନ, ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ ଆଦି କ୍ଷେତ୍ରରେ ୟୁଥ ଫର ବେଟର ପୁରୀ ସ୍ବେଚ୍ଛାସେବୀ ମାନେ ସହଯୋଗ କରିବେ । କରୋନା ନୀୟମ ପାଳନ କରି ଅଭିଯାନ ଯାରି ରହିବ । ସଂଗୃହିତ ପ୍ଲାଷ୍ଟିକ ଆବର୍ଜନା ଓ ଦସ୍ତଖତ ଅଭିଯାନର କାନଭାସକୁ ନେଇ କଳାକୃତି କରାଯାଇ ସାମୟିକ ଭାବେ ପ୍ରଦର୍ଶିତ ହେବ । ସହରର ମୁଖ୍ୟସ୍ଥାନ, ଦୋକାନ ବଜାର ଥିବା ଅଞ୍ଚଳ, ରାସ୍ତାକଡ ଦୋକାନୀ ମାନଙ୍କୁ ସ୍ବଚ୍ଛତା ବଜାୟ ରଖିବା ନିମନ୍ତେ ଏନ୍ଏସ୍ଏସ୍ ଓ ଏନୱାଇକେ ସ୍ବେଚ୍ଛାସେବୀ ମାନେ ସହଯୋଗ କରିବା ସହ ବିଭିନ୍ନ ସ୍ଥାନ ଗୁଡିକରେ “Pride in Purity- ପବିତ୍ର ପୁରୀ ଗର୍ବ ଆମରି” ଲୋଗୋ ଷ୍ଟିକରିଂ କରିବେ  । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶାନ୍ତନୁ କୁମାର ଦାଶ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ, ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଶ୍ରୀ ଜୟଶଙ୍କର ଯୋଶୀ, ପରାମର୍ଶଦାତା ଶ୍ରୀ ସିଦ୍ଧାର୍ଥ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here