ଗୁମର ଖୋଲିବ ଶିଖରବାଲିଘାଟ ! ତାଲିକାରେ ପ୍ରଶାସନ ପୁଲିସ୍ ଓ ସାମ୍ବାଦିକ ?

ଜଗତସିଂହପୁର: ବାଲିମାଫିଆ ଓ ସାମ୍ବାଦିକ କବଜା ରେ ଶିଖରବାଲିଘାଟ । ନିଲାମ ଅବଧି ଶେଷପରେ ବି ଚାଲିଛି ବାଲି ଉଠାଣ । ପ୍ରଶାସନ ସାଜିଛି ନିରବଦ୍ରଷ୍ଟା । ଏହିଭଳି ଘଟଣା ଦେଖିବାକୁ ମିଳିଛି  ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଶିଖରବାଲି ଘାଟ ଠାରେ । ନିଲାମ ଅବଧି ଗତ ମାର୍ଚ୍ଚ ୩୧ତାରିଖରେ ଶେଷ ହୋଇଥିବା ନାଉଗାଁ ତହସିଲ୍ କାଯ୍ଯାଳୟ ପ଼଼ଷରୁ ସୂଚନା ମିଳିଛି । କିନ୍ତୁ ଦୀର୍ଘ ୮ମାସ ହେଲା ନାଉଗାଁ ବ୍ଲକର ଜନୈକ ସାମ୍ବାଦିକ ଓ ପ୍ରଶାସନ ମଧୁଚନ୍ଦ୍ରିକା ରେ ବାଲିମାଫିଆ ଙ୍କ ରାଜ୍ ଫଳରେ ଏହି ଘାଟରୁ ଶହଶହ ଟିପ୍ ବାଲି ଟ୍ରାକ୍ଟର ଓ ହ୍ୱାଇୱା ରେ ଜିଲ୍ଲାର  ବିଭିନ୍ନ ସ୍ଥାନକୁ ବାଲିଚୋରା ଚାଲଣ ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ରାଜ୍ଯ ସରକାରଙ୍କ ଲକ୍ଷାଧିକ ଟଙ୍କା ରାଜସ୍ବ ହାନୀ ହେଉଛି ଏହାକୁ ରୋକିବା ଦିଗରେ  ତହସିଲ୍ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ବେଆଇନ୍ ବାଲିଚାଲାଣ ଯୋଗୁଁ ସରକାର କ୍ଷତିରେ ପଡୁଥିବା ବେଳେ ପ୍ରଶାସନ , ବାଲିମାଫିଆ ଓ ନାଉଗାଁ ଅଞ୍ଚଳର ଜନୈକ ସାମ୍ବାଦିକ କବଜା ରେ ଥିବା ଶିଖରଘାଟ ରୁ ଦୈନିକ ଲକ୍ଷାଧିକ ଟଙ୍କାର ରୋଜଗାର କରି ମାଲାମାଲ୍ ହେଉଥିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଗ୍ରାମବାସୀମାନେ ଅଭିଯୋଗ କରିଲେ ମଧ୍ଯ ଫଳଶୂନ ଏମିତି କହି ସମ୍ପୃକ୍ତ ତହସିଲଦାର ବାଲିମାଫିଆ ଓ ଜନୈକ ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି ।

ଜଗତସିଂହପୁର ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here