ଗଣମାଧ୍ୟମ ଉପରେ ପୋଲିସର ଜୁଲମକୁ ନେଇ ଜିଲ୍ଲା ବିଜେପିର ବିକ୍ଷୋଭ ।

ଆଜି କେନ୍ଦ୍ରାପଡା ବିଜେପି ଦଳ ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀଯୁକ୍ତ କିଶୋର କୁମାର ପଣ୍ଡାଙ୍କ ସଭାପତିତ୍ବରେ ଏବଂ ବିଧାୟକ ପ୍ରାର୍ଥୀ ସୁନାକର ବେହେରାଙ୍କ ନେତୃତ୍ୱରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସାହୁଙ୍କ ସମେତ ୬-ନଂ-ଜୋନର ଜିଲ୍ଲାପରିଷଦ ସଦସ୍ୟ ଦେବାଶିଷ ଦାସ,ନାରୀନେତ୍ରୀ କାନନବାଳା ଦାସ, ଯୁବ ବିଜେପି ସଭାପତି ଦିଲ୍ଲୀପ କୁମାର ଦାଶ ଏବଂ ଦଳର ଅନ୍ୟାନ୍ୟ ବହୁ ସରପଞ୍ଚ,ସମିତି ସଭ୍ୟ  ସଭ୍ୟା ଏବଂ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଗୁଜୁରାଟରେ ବରିଷ୍ଠ ସାମ୍ବାଦିକ ଅର୍ଣ୍ନବ ଗୋସ୍ୱାମୀଙ୍କ ଉପରେ ଯେପରି ଭାବରେ ସେଠାକାର ପୋଲିସ୍ ଅନ୍ୟାୟ ଭାବରେ ବିନା ଦୋଶରେ ଗିରଫ୍ କଲେ । ତାହାର ପ୍ରତିବାଦରେ ଏବଂ ସମଗ୍ର ଭାରତ ବର୍ଷରେ ପୋଲିସ ଯେଭଳି ବିଶେଷକରି ଓଡିଶା ପ୍ରଦେଶରେ ଅଧିକ ମାତ୍ରାରେ ଦେଶର ୪ର୍ଥ ସ୍ତମ୍ଭ ବୋଲାଉଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପରେ ଦିନକୁ ଦିନ  ପୋଲିସ୍ ତରଫରୁ ଅନ୍ୟାୟ ଅତ୍ୟାଚାର ବଢିବଢି ଚାଲିଛି ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରତି ବିଭିନ୍ନ ରାଜ୍ୟ ସରକାର ମାନଙ୍କର ବଢିବଢି ଚାଲିଛି । ତାହାର ପ୍ରତିବାଦରେ ଗଣମାଧ୍ୟମ ପ୍ରତି ଅନ୍ୟାୟ ଆଉ ଚଳିବ ନାହିଁ ନାରା ନେଇ ଏକ ଗଣବିକ୍ଷୋଭ ପ୍ରତିବାଦ ସଭା ସହିତ ରାଲି କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here