ବିଶିଷ୍ଟ ସାହିତ୍ୟିକ ଚାରୁଲତା ଭୂୟାଁଙ୍କ କବିତା ସଙ୍କଳନ ଉଦଭାସକୁ ଉନ୍ମୋଚନ କଲେ ଜିଲ୍ଲାପାଳ ।

କେନ୍ଦ୍ରାପଡା -ତା-୦୫-୧୧-୨୦୨୦:- ଆଜି ଅପରାହ୍ନରେ ବିଶିଷ୍ଟ କବୟିତ୍ରୀ ଚାରୁଲତା ଭୂୟାଁଙ୍କ ମହାନ କବିତା ସଂକଳନ “ଉଦଭାସ”କୁ ମାନ୍ୟବର ଜିଲ୍ଲାପାଳ ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଅଛି । ଲେଖାଲେଖି ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ କବିତା ସଙ୍କଳନର ୬୭ଟି କବିତା ସ୍ଥାନିତ ହୋଇଅଛି । ଏହି ଅବସରରେ ହେନ୍ତାଳ ପତ୍ରିକାର ସମ୍ପାଦକ କବି ଶ୍ରୀଯୁକ୍ତ ହେମନ୍ତ କୁମାର ରାଉତ, ବାଲିଯାତ୍ରା ମହୋତ୍ସବ କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ, କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସମ୍ପାଦକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶୁଭ୍ରାଂଶୁ କୁମାର ଦାସ, ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ,ଓଡିଆ ଚଳଚିତ୍ର ପ୍ରଡୁସରର ମାନସ କୁମାର ସାହୁ,ସମାଜସେବି ଏବଂ ବଡମୋହନ ପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର ବେହେରା, ସାମ୍ବାଦିକ ରଞନ କୁମାର ସାହୁ,ରମେଶ ଥାଟୋଇ, ସାମ୍ବାଦିକ ଦିଲ୍ଲୀପ ଜେନା,ବିବେକ ନାୟକ,ପ୍ରଭାତ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କ ଗରାପୁରସ୍ଥିତ ଆବାସୀକ କାର୍ଯ୍ୟାଳୟର ପରିସରରେ ଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ କାର୍ଯ୍ୟରେ ଭାଗ ନେଇଥିଲେ । ଲେଖିକା ଚାରୁଲତା ଭୂୟାଁ ଦୀର୍ଘ ଦୁଇ ଦଶନ୍ଧିଧରୀ କବିତା ରଚନା କରି ଆସୁଥିଲେ ମଧ୍ୟ ଆଜି ତାଙ୍କର ପ୍ରଥମ କବିତା ସଂକଳନ ‘ଉଦଭାସ’ ପ୍ରକାଶିତ ହେବା ଏକ ଖୁସି ଖବର ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚ୍ୟ ବିଷୟ ପାଲଟିବା ସହିତ କବୟତ୍ରୀ ଶ୍ରୀମତୀ ଭୂୟାଁଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏବଂ ସୁବେଛା ଜ୍ଞାପନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here