ବିଜେଡିର ବରିଷ୍ଠ ନେତାଙ୍କ ସହ ପ୍ରତିନିଧି ମଣ୍ଡଳୀଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା :

ଆଜି ରାଜଗାଙ୍ଗପୁର ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମଙ୍ଗଳା କିଷାନ ଙ୍କର ନିର୍ଦ୍ଦେଶରେ ସୁନ୍ଦରଗଡ ବିଜୁ ଜନତା ଦଳର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ  ଭୈରବ ସିଂ ପଟେଲ ପିଡି ଡିଆରଡିଏ , ରସାଇ ଲୋଗୋରୀ ସିଇଓ ଡିଏମଏଫ ,  ବିଶ୍ବଜିତ ମହାପାତ୍ର ଏଡିଏମଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା  କରିଥିଲୁ  । ରାଜଗାଙ୍ଗପୁର ସହରରେ ପୌରପାଳିକାର ଥିବା କଲ୍ୟାଣ ମଣ୍ଡପ ବନ୍ଦ ଅଛି, ଫଳରେ ଗରିବ ଲୋକ ମାନଙ୍କୁ ଅଧିକ ଖର୍ଚ୍ଚ କରିବା କୁ ପଡୁଛି, ତେଣୁ  କଲ୍ୟାଣ ମଣ୍ଡପ ଗୁଡିକ ତୁରନ୍ତ ଖୋଲାଯାଉ ।  ଜଙ୍ଗଲ ମଧ୍ୟରେ ଗମନାଗମନ ର ସୁବିଧା ପାଇଁ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ବନ ବିଭାଗ ଦ୍ଵାରା ବନ୍ଦ କରାଯାଉଛି, ତାର ସମାଧାନ କରାଯାଉ । ବିଭିନ୍ନ ପଞ୍ଚାୟତରେ ପୂର୍ବରୁ ଆରମ୍ଭ ହୋଇଥିବା କଲ୍ୟାଣ ମଣ୍ଡପ ଗୁଡିକର କାର୍ଯ୍ୟ ଶେଷ କରାଯାଉ, ଓ ଯେଉଁ କାମ ଶେଷ ହୋଇଛି, ତାହାକୁ ଲୋକାର୍ପଣ କରାଯାଉ, ଯାହା ଫଳରେ ସାଧାରଣ ଲୋକ ମାନେ ସୁବିଧା ପାଇପାରିବେ, ରାଜଗାଙ୍ଗପୁର ବସଷ୍ଟାଣ୍ଡ ଠାରେ ନିର୍ମାଣ ହେବା କୁ ଥିବା ମାର୍କେଟ କମ୍ପ୍ଲେକ୍ସ ଓ ପୈ।ରପାଳିକା କର୍ମଚାରୀ ଗୃହ କାମ ତୁରନ୍ତ ଆରମ୍ଭ କରାଯାଉ । ହରିସଚନ୍ଦ୍ର ଯୋଜନା ରେ ତୁରନ୍ତ ଗରିବ ଲୋକଙ୍କୁ ଯଥା ସ୍ଥାନରେ ସହାୟତା ଯୋଗାଇ ଦିଆଯାଉ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here