ଅକ୍ଷୟ ପାତ୍ର ଫାଉଣ୍ଡେସନରେ କାର୍ଯ୍ୟରତ ଛଟେଇ କର୍ମଚାରୀଙ୍କ ଧାରଣା :

ରାଉରକେଲା ସହରରେ କାର୍ଯ୍ୟ କରୁଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନରେ ଅସ୍ଥାୟୀ ଭାବେ କାର୍ଯ୍ୟରତ ବହୁ କର୍ମଚାରୀଙ୍କୁ ବିନା କାରଣରେ ଛଟେଇ କରିବା ଓ ତାଙ୍କ ସ୍ଥାନରେ ମହିଳାଏସଏଚଜି ଦଳକୁ ଦାୟିତ୍ବ ଦେବା ନେଇ ଆଜକୁ ଦୁଇ ଦିନ ହେବ ଉକ୍ତ କର୍ମଚାରୀ ଗଣ ସେକ୍ଟର–୭ ଅଞ୍ଚଳରେ ଥିବା ମଧୁ ମଣ୍ଡପରେ ଧାରଣାରେ ବସିଛନ୍ତି । ସେମାନେ କହୁଛନ୍ତି କୌଣସି ସୂଚନା ଦେଇ ନ ଥିବାବେଳେ ଫାଉଣ୍ଡେସନ କହୁଛି ଆମେ ଜଣେଇଛୁ । ତେବେ କିଏ ଠିକ ତାହାର ବିଚାର କରିବେ ଜିଲ୍ଲା କର୍ମଚାରୀ କାର୍ଯ୍ୟାଳୟର ଅଧିକାରୀ । ଏ ବାବଦରେ ଉକ୍ତ ଛଟେଇ କର୍ମଚାରୀ ଗଣ ଡିଏଲଓଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଅବଗତ କରିଥିବା ଜଣାଯାଇଛି । ତେବେ ଡିଏଲଓଙ୍କ ଅନୁପସ୍ଥିତିରେ ସହକାରୀ ଅଧିକାରୀ ଧାରଣାସ୍ଥଳକୁ ଆସି ଅବଗତ ହେବା ପରେ କହିଛନ୍ତି ଯେ ଉଭୟ ପକ୍ଷଙ୍କୁ ପକ୍ଷଭୂକ୍ତ କରାଯାଇ ସମସ୍ତ ବିଷୟରେ ଅବଗତ ହେଲା ପରେ କର୍ମଚାରୀଙ୍କ ପ୍ରତି ଉଚିତ ବିଚାର କରାଯିବ । ଏ ବାବଦରେ ଅକ୍ଷୟ ପାତ୍ର ଫାଉଣ୍ଡେସନର ଜନୈକ ସହକର୍ମୀଙ୍କ କହିବା ଅନୁଯାଇ ସରକାରୀ ନିର୍ଦ୍ଦେଶରେ ମହିଳାଏସଏଚଜିଗ୍ରୁପକୁ ଦାୟିତ୍ବ ଦିଆଯାଇଛି । ତେବେ ଫାଉଣ୍ଡେସନର ଅଧିକାରୀ ଓ ଡିଏଲଓଙ୍କ ସହିତ ବିଚାର ପରେ ଯାହା ଘୋଷଣା ହେବ ବୋଲି କହିଥିଲେ । ତେବେ ଏତେ ମାତ୍ରାରେ ଲୋକଙ୍କୁ ହଠାତ ଛଟେଇ କରିଥିବା ବେଳେ ତାଙ୍କର ପରିବାର ବର୍ଗଙ୍କ ଅବସ୍ଥା କଣ ହେବ ଏବଂ ତାଙ୍କର ଦାୟିତ୍ବ କିଏ ନେବ ତାର ଜବାବ ଦବ କିଏ ?

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here