ମହାରାଷ୍ଟ୍ର ସରକାର ବିରୋଦ୍ଧରେ ହିନ୍ଦୁ ମହାସଂଘ ର ସାମ୍ବାଦିକ ସମ୍ମିଳନୀ

ଡାବୁଗାଁ, ୫/୧୧ ଗୁରୁବାର ଅପରାହ୍ନ ରେ ନବରଙ୍ଗପୁର ଜିଲା ଡାବୁଗାଁ ଠାରେ ଆର୍  ଭାରତ ର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀ ଙ୍କୁ ଗତକାଲି ମହାରାଷ୍ଟ୍ର ପୋଲିସ ନିର୍ମମ ଭାବେ ଗିରଫ କରିଥିବା ଘଟଣାକୁ ପ୍ରତିବାଦ କରି ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ତରଫରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିରୋଧ କରା ଯାଇଛି। ସମ୍ମୀଳନୀରେ କେନ୍ଦ୍ରୀୟ ସଭାପତି ଶ୍ରୀ ଜୟନ୍ତ କୁମାର ପାତ୍ର, ଆଇନ୍ ପ୍ରକୋଷ୍ଠ ସଂଯୋଜକ ଅରୁଣ ପ୍ରସନ୍ନ ନାୟକ ଏବଂ କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ର ସଦସ୍ୟ ରବିନାରାୟଣ ମହାନ୍ତି ଉପସ୍ଥିତ ଥିଲେ। କେନ୍ଦ୍ରୀୟ ସଭାପତି ଶ୍ରୀ ଜୟନ୍ତ କୁମାର ପାତ୍ର କେନ୍ଦ୍ର ସରକାର ଙ୍କ ନିକଟରେ ମହାରାଷ୍ଟ୍ର ସରକାର ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବରଖାସ୍ତ କରିବାକୁ ତଥା ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବୀ କରିଛନ୍ତି । କଂଗ୍ରେସ ଏବଂ ଶିବସେନା ର ମିଳିତ ସରକାର ରାଷ୍ଟ୍ରବାଦୀ ଏବଂ ହିନ୍ଦୁତ୍ଵ ବାଦୀ ଲୋକଙ୍କ ଉପରେ ଅତ୍ୟାଚାର କରୁଛି ବୋଲି ସେ ଦୋଷାରୋପ କରିଛନ୍ତି। ଆଇନ୍ ପ୍ରକୋଷ୍ଠ ସଂଯୋଜକ ଅରୁଣ ପ୍ରସନ୍ନ ନାୟକ ଅଭିଯୋଗ କରିଛନ୍ତି ଯେ ଅର୍ଣ୍ଣବ ଗୋସ୍ୱାମୀ ଙ୍କ ଗିରଫ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଅଟେ। କଂଗ୍ରେସ ଏବଂ ଶିବସେନା ପ୍ରତିଶୋଧ ପରାୟଣ ହୋଇ କ୍ଷମତା ର ଦୁରୁପଯୋଗ କରି ଅର୍ଣ୍ଣବ ଙ୍କୁ ଗିରଫ କରାଇଛନ୍ତି। ଆଗାମୀ ଦିନରେ ହିନ୍ଦୁ ମହାସଂଘ ଓଡ଼ିଶା ତଥା ଓଡ଼ିଶା ବାହାରେ ଯେଉଁ ଯେଉଁ ଅଂଚଳ ରେ ହିନ୍ଦୁ ମହାସଂଘ ର ଶାଖା ଅଛି ଗଣତାନ୍ତ୍ରିକ ପଦ୍ଧତିରେ ମହାରାଷ୍ଟ୍ର ସରକାର ବିରୋଦ୍ଧରେ ବିରୋଧ କରାଯିବ ବୋଲି ସେ ଦୃଢ଼କ୍ତି ପ୍ରକାଶ କରିଛନ୍ତି।                                                                

ପ୍ରଜ୍ଞାରଞ୍ଜନ ପରିଡା,ଡାବୁଗାଁ, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here