ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଗରେ ଶବରଖି ପରିବାର ର ଧାରଣା

ଆଜି କେନ୍ଦ୍ରାପଡା ଖଡିଅଣ୍ଟା ବକ୍ତାରପୁର ଗ୍ରାମର ରମେଶ ଚନ୍ଦ୍ର ଜେନାଙ୍କ ସ୍ତ୍ରୀ ଓ ପରିବାର ନ୍ୟାୟ ପାଇବା ଦାବି ରେ ଆଦର୍ଶ ଥାନା ଆଗରେ ତାଙ୍କ ଶବରଖି ଧାରଣାରେ ବସିରହିଛନ୍ତି I ତା-୨୩-୧୦-୨୦୨୦ ରିଖ ସନ୍ଧ୍ୟା ୭ଘଟିକା ସମୟରେ ତାଙ୍କ ସ୍ୱାମୀ ରମେଶ ଜେନା ଓ ତାଙ୍କର ଦୁଇ ପୁଅ ପ୍ରଭାତ ଜେନା ଓ ପ୍ରକାଶ ଜେନାଙ୍କୁ ସେହି ଗ୍ରାମର ଶରତ ଜେନା, ଭରତ ଜେନା , ଶତୃଘ୍ନ ଜେନା ପିତା-ଚୌଧୁରୀ ଜେନା ଏବଂ ଚୌଧୁରୀ ଜେନା ପିତା ସ୍ୱର୍ଗତ ବୁଲେଇ ଜେନା କୌଣସି କାରଣ ନଥାଇ ସାମାନ୍ୟ ଗାଡିର କାଚକୁ ବାଡେଇ ଭାଂଗିବାକୁ ନେଇ ପ୍ରଥମେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସାମାନ୍ୟ ବଚସା ଏବଂ ପରେ ପରେ ଅଶୀଳ ଭାଷାରେ ଗାଳିଗୁଲଜ ହୋଇଥିଲା । ଏହାପରେ ଦୁଇ ପୁଅ ସହିତ ସ୍ବାମୀ ରମେଶ ଜେନା ସେମାନଙ୍କୁ ଏମିତି କାହିଁକି ଗାଳି କରୁଛ ବୋଲି ପଚାରିବାରୁ ଏବଂ ତାହାର ପ୍ରତିବାଦ କରିବାରୁ ସେମାନେ ୫ଜଣ ମିଶି ସଂଘବଦ୍ଧ ଭାବେ ମରଣାତ୍ମକ ଆକ୍ରମଣ କରିଥିଲେ ଏବଂ ଏକ ଲୁହା ରଡ୍ ଓ ଏକ ବାଉଁଶ ଠେଙ୍ଗାରେ ବାଡେଇ ମୁଣ୍ଡ ଫଟାଇ ରକ୍ତ ଜୁଡୁବଡୁ ଅବସ୍ଥାରେ ତଳେ ଫୋପାଡି ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରୁଥିବା ବେଳେ ସେଠାରେ ଉପସ୍ଥିତ ଗ୍ରାମବାସୀ ଏବଂ ପଡ଼ୋଶୀ ଲୋକମାନଙ୍କ ସାହାଯ୍ୟ ସହଯୋଗ କ୍ରମେ ସେମାନଙ୍କ କବଳରୁ ରକ୍ଷା କରାଯାଇ ପ୍ରଥମେ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପରେ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ରମେଶ ଚନ୍ଦ୍ର ଜେନାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡିବାରୁ ଡାକ୍ତର କଟକ ବଡ ମେଡିକାଲକୁ ତୁରନ୍ତ ସ୍ଥାନାନ୍ତରଣ କରିଥିଲେ । ଏବିଷୟରେ ଗତ ୨୩ ତାରିଖରେ ପଟ୍ଟାମୁଣ୍ଡାଇ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ରମେଶଙ୍କ ସ୍ତ୍ରୀ ଓ ପରିବାର କୁ ନ୍ୟାୟ ଦେବା ବଦଳରେ ଓଲଟି ଗାଳିଗୁଲଜ୍ କରି ଥାନାରୁ ତଡି ଦେଇଥିଲେ । ଅଭିଯୁକ୍ତ ମାନେ ଖୁଲମ ଖୁଲା ସ୍ପଷ୍ଟ ଦିବାଲୋକରେ ବୁଲୁଥିଲେ ମଧ୍ୟ ପୋଲିସ ହାତବାନ୍ଧୀ ବସି ରହିବା ଏବଂ ନୀରବ ଦ୍ରଷ୍ଟା ପାଲଟିବା ପଛରେ କଣ ରହିଥିଲା କାରଣ । କାହିଁକି ପୋଲିସ ଆସାମୀ ମାନଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ୍ କରୁନାହିଁ ।

ସେବେଠାରୁ ମୁଁ ମୋର ସ୍ୱାମୀକୁ କଟକ ମେଡିକାଲରେ ରଖି ବହୁ ଦୁଃଖ କଷ୍ଟରେ ଚିକିତ୍ସା କରୁଥିଲି । ହେଲେ ଆଜି ମୋର ସ୍ୱାମୀ ରମେଶର ମେଡିକାଲରେ ମୃର୍ତ୍ୟୁ ହୋଇ ଯିବାପରେ ମୁଁ ଏବଂ ମୋର ପରିବାରକୁ ନ୍ୟାୟ ପାଇଁ ଥାନା ଆଗରେ ମୋ ସ୍ୱାମୀର ଶବକୁ ରଖି ପୋଲିସକୁ ନ୍ୟାୟ ଟିକକ ମାଗୁଛି । ମୋତେ ନ୍ୟାୟ ମିଳିଲେ ମୁଁ ଏଠାରୁ ଚାଲିଯିବି । ହେଲେ ପୋଲିସ ଆମକୁ ନ୍ୟାୟ ଦେବା ବଦଳରେ ଓଲଟି ଶବନେଇ ଘରକୁ ଯେତେ ଶୀଘ୍ର ପଳାବୋଲି ଧମକ ଦେଉଛନ୍ତି ବୋଲି କୋହଭରା କଣ୍ଠରେ ରମେଶଙ୍କ ସ୍ତ୍ରୀ ଶ୍ରୀମତୀ ଜେନା କହିଛନ୍ତି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here