ମୋ ଧାମ ମୋ ଗର୍ବ ଅଭିଯାନ ସଫେଇ କାର୍ଯ୍ୟକ୍ରମ ତ୍ବରାନ୍ବିତ

ପୁରୀ- ତା.୦୩.୧୧.୨୦୨୦- ମୋ ଧାମ ମୋ ଗର୍ବ ଅଭିଯାନ ଅଧିନରେ ଜାରି ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । ସହରର ପ୍ରତ୍ୟେକ ଗଳିକନ୍ଦିରୁ ଆବର୍ଜନା ସଫା କରାଯିବା ସହ ସଚେତନତା ସୃଷ୍ଟି କରାଯାଉଛି । ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ଆଜି ସନ୍ଧ୍ୟାରେ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଏହୁକୁ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି । ତାଳବଣିଆ ଓ ଅନ୍ୟ ଅଞ୍ଚଳରେ ଡ୍ରେନ ଉପରେ ଥିବା ଉଠାଦୋକାନୀକୁ ତୁରନ୍ତ ହଟେଇବାକୁ ପଦକ୍ଷେପ ନିଆଯିବ ।    ଆଜି ବିଭିନ୍ନ ୱାର୍ଡରୁ ଟ୍ରାକ୍ଟର ମାଧ୍ୟମରେ ୭୭ ଟ୍ରିପ ଆବର୍ଜନା ସଂଗ୍ରହ କରାଯାଇଛି । ରାସ୍ତାକଡରେ ନିର୍ମାଣ ସାମଗ୍ରୀ, ଆବର୍ଜନା ରଖି ଅବରୋଧ କରିବା ସହ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନୀୟମ ଲଂଘନ କରିଥିବାରୁ ୨୪ ଜଣଙ୍କୁ ନୋଟିସ ଜାରି କରାଯାଇଛି ଓ ଅନ୍ୟ ୯ ଜଣଙ୍କ ଠାରୁ ୧୮ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଆଜି ଦିନକରେ ବିଭିନ୍ନ ୱାର୍ଡରେ ପ୍ରାୟ ୬ କି.ମି. ପରିସରରୁ ଅନାବନା ଗଛ କଟାଯାଇ ସଫାକରାଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଅଧିକାରୀ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here