ପୋଲିସର ଚଢାଉ; ଦେଶୀ ବିଦେଶୀ ମଦ ଜବତ ସହ ୩ ଗିରଫ

ରାଜଗାଙ୍ଗପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହିତ ଦେଶୀ ବିଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଦେଶୀ ବିଦେଶ ମଦ ବିକ୍ରି ହେଉଥିବାର ଅଭିଯୋଗ ପାଇ ରାଜଗାଙ୍ଗପୁର ପୋଲିଶ ଭୂତାପଡା , ଆରଏସ କଲୋନୀ ଓ ମାଟିଗେଟ ଅଞ୍ଚଳରେ ଚଢାଉ କରି ୩ ଜଣଙ୍କୁ ଗିରଫ କରିବା ସହିତ ମଦ ଜବତ କରିଥିଲେ । ଗିରଫ ମଦ ବେପାରୀ ରାଜେଶ ମାଝୀ ବାଣ୍ଠୁପଡା ନିବାସୀଙ୍କ ଠାରୁ ୧୦ ଲିଟର ଦେଶୀ ମହୁଲି ମଦ , ଆରଏସ କଲୋନୀ ନିବାସୀ ଅମର କୁମାର ସାହୁଙ୍କ ଠାରୁ ୧୧ ଟି କିଙ୍ଗ ଫିସର ବିଅର ଓ ୪ ଟି ଷ୍ଟ୍ରଙ୍ଗ ବିଅର ସମେତ ମାଟିଗେଟ ବାସୀନ୍ଦା ଜନୈକା ମହିଳା ହେଲେନ କୁଜୁରଙ୍କ ଠାରୁ ୧୦ ଲିଟର ଦେଶୀ ମହୁଲି ମଦ ଜବତ କରିଥିଲେ । ମଦ ବେପାରୀ ମାନଙ୍କୁ କୋର୍ଟ ଚାଲାଣ କରିବା ସହ ରାଜଗାଙ୍ଗପୁର ଥାନାରେ ଏ ନେଇ ୩ ଟି ଅବକାରୀ ମାମଲା ରୁଜୁ ହୋଇଥିବା ଜଣାପଡିଛି I

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here