ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ କେନ୍ଦ୍ରାପଡା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ସଭାପତି ଫକୀର ଚରଣ ଖଟୁଆ ଏବଂ ସମ୍ପାଦକ ବିଧୁ ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଦଳ ତରଫରୁ ଏକ ଗଣଧାରଣା କାର୍ଯ୍ୟକ୍ରମ କରାଯିବା ସଂଗେ ସଂଗେ ମାହାମହିମ ରାଜ୍ୟ ପାଳଙ୍କ ଉଦ୍ଦେଶ୍ୟରେ ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କ ଜରିଆରେ ଏକ ଦାବିପତ୍ର ପ୍ରେରଣ କରା ଯାଇଥିଲା । ସେମାନଙ୍କ ମୂଖ୍ୟ ଦାବିଗୁଡିକ ଥିଲାଯେ-ଦେଶରେ କରୋନା ମହାମାରୀ ପ୍ରକୋପରେ ଏପରି ଦୁର୍ଦ୍ଦଶା ଲୋକମାନେ ଭୋଗୁଛନ୍ତି । ବାହାର ରାଜ୍ୟରେ ଦାଦାନ ଖଟୁଥିବା ଶ୍ରମିକ ମାନେ ନିଜ ଭିଟା ମାଟିକୁ ଫେରି ଆସିବା ଦ୍ୱାରା କିଛି କାମଧନ୍ଦା ନ ମିଳିବାରୁ ଖାଦ୍ୟ ଓ ଅର୍ଥ ଅଭାବରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଇଛି । ସେପଟେ ସରକାରଙ୍କର ୨୦ ପଇସା ବିଦ୍ୟୁତ ଶୁଳ୍କ ବୃଦ୍ଧି ସାଙ୍ଗକୁ ପନିପରିବା,ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ଅହେତୁକ ତୈଳ ଦର ବୃର୍ଦ୍ଧିର ପ୍ରଭାବ ଖାଲି ରାଜ୍ୟନୁହେଁ ସମଗ୍ର ଦେଶବାସୀଙ୍କ ଉପରେ ବୋଝ ଉପରେ ଲଳୀତା ବିଡା ସଦୃଶ୍ୟ ଲଦିହୋଇ ପଡିଲା ଭଳି ମନେ ହେଉଛି । ସେହିଭଳି ରାଜ୍ୟ ସରକାର ୧୯୯୯ ମସିହାରେ ଓଡିଶା ରାଜ୍ୟ ବିଦ୍ୟୁତ ବୋର୍ଡକୁ ଘରୋଇ କରଣ କରାଯାଇ ୪ଟି କମ୍ପାନୀକୁ ଯଥା-ସେସକୋ(AES),ସାଉଥ୍ କୋ,ନେସକୋ ଓ ୱେସକୋକୁ BSES କମ୍ପାନୀକୁ ରକ୍ଷଣାବେକ୍ଷଣ ଦାୟିତ୍ବ ପ୍ରଦାନ କରାଯିବା ପରେ ୨୦୨୦ ମସିହାରେ BSES କଂମ୍ପାନୀ ତାର ଅଂଶଧନକୁ ରିଲିଆନ୍ସକୁ ବିକ୍ରି କରିଦେଇ ଚାଲିଗଲା ପରେ ଏବେ ୨୦୦୧ ରେ AES କଂମ୍ପାନୀ ସେସକୋକୁ ଛାଡି ରାତି ଅଧିଆ ଓଡିଶା ଛାଡି ଚାଲିଗଲା ପରେ ଅନୁମାନିକ ୮୦୦୦ କୋଟି ଟଙ୍କା ବାଟମାରଣା କରି ନେଇଗଲା । ଏହିଭଳି ଭଳିକି ଭଳି ବିଭିନ୍ନ କମ୍ପାନୀକୁ ରାଜ୍ୟ ସରକାର ବିଦ୍ୟୁତ ଭଳି ଏକ ସମ୍ବେଦନଶୀଳ ବିଭାଗକୁ ହସ୍ତାନ୍ତର କରିବା ଫଳରେ କମ୍ପାନୀର ଠକାମୀର ଶୀକାର ହେଉଛନ୍ତି ଗରିବ ଅସହାୟ ମଧ୍ୟବିତ୍ତ ବିଦ୍ୟୁତ ଉପଭୋକ୍ତା ମାନେ ,ଯାହାର ପ୍ରତିବାଦ ସ୍ୱରୂପ ଜିଲ୍ଲା କଂଗ୍ରେସ ଦଳ  ଆଜି ରାଜରାସ୍ତାକୁ ଓହ୍ଲାଇବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here