ବିଜେଡି ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଓ ଜନସଚେତନତା କାର୍ଯ୍ୟକ୍ରମ :

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜୁ ଜନତା ଦଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରିତିରଞ୍ଜନ ଘଡ଼ାଇ ଓ ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ୍ୟ ସାରଦା ପ୍ରସାଦ ନାୟକଙ୍କ ଆଦେଶ କ୍ରମେ ନୂଆଗାଁ ବ୍ଲକର ପୁରୁଣା ପାଣି ଠାରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ସହିତ ବ୍ଲକର ଚିତାପିଢ଼ି , ଉର୍ମିଇ ଏବଂ ସୋରୋଡା ଗ୍ରାମପଞ୍ଚାୟତରେ ନୂଆଗାଁ ବ୍ଲକ ଅଧ୍ୟକ୍ଷ ମଖଲୁ ଏକ୍କା , ବ୍ଲକ ସଭାପତି ଦିଗମ୍ବର ଦାସଙ୍କ ନେତୃତ୍ବରେ କରୋନା ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କୁ ମାସ୍କ ବଣ୍ଟନ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଜିଲାପରିଷଦ ଅଧ୍ୟକ୍ଷା ଏମା ଏକ୍କା , ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଶିଲା ଟପ୍ନୋ , ରାଜ୍ୟ ଯୁଗ୍ମ ସମ୍ପାଦକ ହିମାଂଶୁ ପଣ୍ଡା , ନୂଆଗାଁ ବ୍ଲକ ବିଜୁ ଜନତା ଦଳର ସମସ୍ତ ନେତୃବୃନ୍ଦ ଏବଂ କର୍ମକର୍ତ୍ତା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here