ଦିନ ୧ଟା ସୁଦ୍ଧା ମୋଟ୍ ୪୦.୫୧% ମତଦାନ: ବାଲେଶ୍ବରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮%

ଭୁବନେଶ୍ବର: ଆଜି ଦିନ ୧ଟା ସୁଦ୍ଧା ଉଭୟ ବାଲେଶ୍ବର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୋଟ୍ ୪୦.୫୧% ମତଦାନ ହୋଇଥିବାର ସୂଚନା ମିଳିଛି । ଏଥିମଧ୍ୟରୁ ବାଲେଶ୍ବରରେ ୪୧.୩୬% ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୩୯.୬୮% ମତଦାନ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡ଼ି ବ୍ଲକରେ ୩୭.୧୧%, ରଘୁନାଥପୁର ବ୍ଲକରେ ୩୮.୮୦% ଓ ତିର୍ତ୍ତୋଲ ବ୍ଲକରେ ୪୧.୯୭% ମତଦାନ ହୋଇଛି। ଏଠାରେ ୯୪, ୧୭୪ଜଣ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଆଜି ବାଲେଶ୍ୱରରେ ଆଜି ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ବୁଥରେ ଭୋଟ ଦେବାକୁ ଥିବା ବେଳେ ତିର୍ତ୍ତୋଲରେ ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ମତଦାନ କରିବେ I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here