୨୦୨୧ ରେ ମଧ୍ୟ ହୋଇପାରେ ଶ୍ରୀଜିଉଙ୍କର ନାଗାର୍ଜୁନ ବେଶ

ପୁରୀ: ଆସନ୍ତାବର୍ଷ ଅର୍ଥାତ୍ ୨୦୨୧ ରେ ମଧ୍ୟ ହୋଇପାରେ ଶ୍ରୀଜିଉଙ୍କର ନାଗାର୍ଜୁନ ବେଶ । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସୂଚନା ଅନୁଯାୟୀ, ୨୦୨୧ ରେ ମଧ୍ୟ ପଞ୍ଚୁକ ଛଅ ଦିନ ପଡୁଥିବାରୁ ଦେଖିବାକୁ ମିଳିବ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ । ହେଲେ ଏହି ବେଶ ଆସନ୍ତାବର୍ଷ କେଉଁ ଦିନ ହେବ, ତାହା ନୂଆ ପାଞ୍ଜି ଆସିବା ପରେ ଜଣାପଡିବ । କରୋନା କଟକଣା ପାଇଁ  ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଏଥର ନାଗାର୍ଜୁନ ବେଶ ଦର୍ଶନ କରିବାରୁ ଭକ୍ତମାନେ ବଞ୍ଚିତ ହେବେ ।

ସୂଚନାଯୋଗ୍ୟ ଯେ ୧୯୯୩ ଏବଂ ୧୯୯୪ ମସିହାରେ ଲଗାତାର ଭାବେ ମହାପ୍ରଭୁ ଦୁଇଥର ନାଗାର୍ଜୁନ ବେଶ ରେ ଦର୍ଶନ ଦେଇଥିଲେ । ତେବେ ସେହିଭଳି ଯୋଗ ଆଗକୁ ଆସିବାର ସମ୍ଭାବନା ରହିଛି । ଚଳିତବର୍ଷ ଆସନ୍ତା ୨୭ତାରିଖରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here