ନିଇତି ବଦଳୁଛି ଆଳୁ ଦର; ଖାଉଟି ହନ୍ତସନ୍ତ

ଭୁବନେଶ୍ୱର: ବଜାରରେ ପରିବା ଦର ଆକାଶଛୁଆଁ ହୋଇଛି। ପିଆଜ ଦର ଖସୁନଥିବା ବେଳେ ଏବେ ଆଳୁ ଦରରେ ଲାଗିଲାଣି ନିଆଁ। ନିଇତି ବଜାରରେ ନୂଆ ନୂଆ ରେଟ୍‌ ମଧ୍ୟ ସ୍ଥିର ହେଉଛି।

ଦେଢ଼ ମାସେ ତଳେ କିଲୋ ପିଛା ୨୦ରୁ ୨୫ଟଙ୍କା ଥିଲା, ଦୁଇ ଦିନ ତଳେ ୩୮ରୁ ୪୦ ହେଲେ ଆଜି କିଣିଲା ବେଳକୁ କେଉଁଠି ୪୨ ତ କେଉଁଠି ୪୫ ଟଙ୍କା। ଏବେ କାର୍ତ୍ତିକ ମାସ ଘରେ ଆମିଷ ପଶିବନି। ତେଣୁ ପରିବା ଉପରେ ବେଶୀ ମାଡ଼। ହେଲେ କଞ୍ଚା ପରିବା ସବୁର ଦର ଯାହା, ସେଥିରେ ତ ହାତ ମାରି ହେଉନି ବୋଲି ଖାଉଟି କହିଛନ୍ତି। ଶେଷରେ ଅତି ଦରକାରୀ ଆଳୁ ବି ଭାରି ମହଙ୍ଗା ହୋଇଛି। ତେଣୁ ପରିବା ବ୍ୟାଗ୍ ଧରି ବଜାର ବାହାରୁଥିବା ସାଧାରଣ ଖାଉଟି ଟିଏ କିଣିବା ପୂର୍ବରୁ ଦର ଶୁଣି ମୁଣ୍ଡରେ ହାତ ଦେଉଛି।

ରାଜଧାନୀ ଭୁବନେଶ୍ୱର ହେଉ କି ରାଉରକେଲା, ସବୁଠି ଆଳୁର ସମାନ ଭାଉ। ରୋଷେଇ ଶାଳରେ ବି ଚଡ଼କ ପକାଇଲାଣି ଏହି ଅତି ଦରକାରୀ ପରିବା। ଯେଉଁଠି ସପ୍ତାହକରେ ୪ରୁ ୫ କେଜି ଲାଗୁଥିଲା ଏବେ କେଜିଏ କି ଦୁଇ କେଜିରେ କାମ ଚଳାଇବାକୁ ପଡୁଛି ବୋଲି ଭୁବନେଶ୍ୱରର ଜଣେ ଗୃହିଣୀ କହିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here