ଅନ୍ତିମ ଦିବସରେ ” କରୋନା ଜନ ସଚେତନତା ” କାର୍ଯ୍ୟକ୍ରମ :

ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ଜନସଚେତନତା କାର୍ଯ୍ୟକ୍ରମ ର ଆଜି ଅନ୍ତିମ ଦିବସରେ  ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ତଥା ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମଙ୍ଗଳା କିଷାନଙ୍କର ନେତୃତ୍ୱରେ ରାଇକାକଛାର , ଜୋରୁମାଲ,ଓ ଅଲଣ୍ଡା ଠାରେ ରାଜଗାଙ୍ଗପୁର ବିଜୁ ଜନତା ଦଳ ପକ୍ଷରୁ “କରୋନା ଜନ ସଚେତନତା” କାର୍ଯ୍ୟକ୍ରମ କରାଯାଇଥିଲା । କିଭଳି ଭାବରେ କରୋନା ମହାମାରୀ ଠାରୁ ଆମେ ଦୂରେଇ ରହିବା ତାହା ଉପରେ ଶ୍ରୀଯୁକ୍ତ କିଷାନ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ, ମାସ୍କ ଓ ସେନିଟାଇଜର ବଣ୍ଟନ କରାଯାଇଥିଲା, ନବୀନ ପଟ୍ଟନାୟକଙ୍କ ପ୍ରତ୍ୟେକ ଜନହିତକର ଯୋଜନା ଘରେ ଘରେ ପହଞ୍ଚାଇବାକୁ ସେ ଆମ କର୍ମୀ ମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଆଶା କର୍ମୀ, ଅଙ୍ଗନବାଡ଼ି ଦିଦି, ଏମବିକେ ଦିଦି ,ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଗଲା । ଧନ୍ୟବାଦ ସମସ୍ତିଙ୍କୁ ଆଜିର କାର୍ଯ୍ୟକ୍ରମରେ ଶ୍ରୀ ରାମ କୁଜୁର, ବସନ୍ତ ଟପ୍ପୋ, ନବୀନ କିଷାନ, କାମିଲ ଟପ୍ପୋ, ଜିତୁ ଦାସ, ଅମରେଶ ପଣ୍ଡା,ଲୋଚନ କୁଜୁର,ଲାଲୁ ଲାକରା, ବିଷ୍ଣୁ ଲାକରା, କୁଟୁନିଆଁ ସରପଞ୍ଚ, ସୁବନ ଏକ୍କା, ନାଗେଶ୍ୱର ମିଞ୍ଜ, ବସନ୍ତ ଲାକ୍ରା, ଆଶ୍ରିତା ମାଝୀ, ସଂଜୀବ ନନ୍ଦ, ପ୍ରଶନ୍ନ ବାଗ, ରଞ୍ଜିତ କିଷାନ, ଦେବାନନ୍ଦ ଲାକ୍ରା, ସନଉଲ୍ଲା, ଜୁବିତା ଟିଗା, ଗଣେଶ ଖେଶ, ରାମନାଥ କିସପଟ୍ଟା,ବଜରଙ୍ଗ ରାୟ, ପଦ୍ମା କିଷାନ ପୂର୍ବତନ ସରପଞ୍ଚ , ଶ୍ରୀମତୀ କିଷାନ ସରପଞ୍ଚ ରାଇକାକଛାର, ପ୍ରମୁଖ ଉପସ୍ଥିତ ଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here