ରାଉରକେଲା ସ୍ଥିତ ଟ୍ରାଫିକ ଗେଟ ହତ୍ୟା ଘଟଣାର ପର୍ଦ୍ଦାଫାସ , ୫ ଜଣ ବେପାରୀ ଗିରଫ :

ରାଉରକେଲା ସ୍ଥିତ ଟ୍ରାଫିକ ଗେଟ ଅଞ୍ଚଳରେ ଥିବା ରସୁଣ ଗୋଦାମରୁ ୩ ବସ୍ତା ରସୁଣ ଚୋରୀ ହୋଇଥିଲା ଗୋଦାମରୁ ଗତ ୨୯ ତାରିଖରେ । ରସୁଣ ଗୋଦାମର ମାଲିକ ପ୍ରଶାନ୍ତ ସେନାପତି ଜାଣିଲେ ୩୦ ତାରିଖରେ । ତେବେ ରସୁଣ ଚୋରୀ ହୋଇଥିବା ନେଇ ବିନା ପ୍ରମାଣରେ ପୂର୍ବରୁ ପ୍ଲାଣ୍ଟ ସାଇଟ ଅଞ୍ଚଳରେ ଛୋଟ ମୋଟ ଚୋରୀରେ ସାମିଲ ଥିବା ମହତାବ ରୋଡର ବାସୀନ୍ଦା ସାଗର ରାୟ ଓ ସାଙ୍ଗ ପ୍ରକାଶ ସେଠୀଙ୍କୁ ନିର୍ମମ ଭାବରେ ପ୍ରହାର କରିବା ସହ ଧାରୁଆ ଅସ୍ତ୍ରରେ ଆଘାତ କରିଥିଲେ । ଚୋରୀ କରିଥିବା ଆଶଙ୍କା କରି ସାଗର ରାୟକୁ ପ୍ରଶାନ୍ତ ସେନାପତି ରସୁଣ ଗୋଦାମର ମାଲିକ ଓ ତାଙ୍କର ୪ ଜଣ ବେପାରୀ ସାଙ୍ଗ ଆକ୍ରମଣ କରି ଜୀବନରେ ମାରି ଦେଇଥିବା ବେଳେ ସାଗରର ସାଙ୍ଗ ପ୍ରକାଶକୁ ଗୁରୁତର ଆହତ କରିଥିଲେ । ପ୍ରକାଶଙ୍କୁ ପୋଲିଶ ପ୍ରଥମେ ଆରଜିଏଚ ରେ ଭର୍ତ୍ତିକରି ପରେ ଅଧିକ ଚିକିତ୍ସା ପାଇଁ ସମ୍ବଲପୁର ସ୍ଥିତ ଭୀମସାର ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ଚୋରୀ ମାମଲାରେ ୩୦ ତାରିଖ ବିଳମ୍ବିତ ରାତିରେ ବିନା ପ୍ରମାଣରେ ମିଥ୍ୟା ଆଶଙ୍କା କରି ଘରେ ପଶି ପ୍ରଶାନ୍ତ ସେନାପତି ଓ ତାଙ୍କର ୪ ଜଣ ବେପାରୀ ସାଙ୍ଗ ସାଗର ରାୟକୁ ଜୀବନରେ ମାରିଦେବା ଓ ସାଙ୍ଗ ପ୍ରକାଶ ସେଠୀଙ୍କୁ ଗୁରୁତର ଆହତ କରିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପ୍ଲାଣ୍ଟସାଇଟ ଥାନା ପୋଲିଶ ଅଭିଯୋଗ ପ୍ରତି ଗୁରୁତର ସହ ବିଚାର କରି ଘଟଣାସ୍ଥଳକୁ ଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିଶ ଶକ୍ଷମ ହୋଇଥିଲା । ଗିରଫ ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ରସୁଣ ଗୋଦାମର ମାଲିକ ପ୍ରଶାନ୍ତ ସେନାପତି ଓ ତାଙ୍କର ୪ ଜଣ ବେପାରୀ ସାଙ୍ଗ ଥିବା ବେଳେ ସମସ୍ତିଙ୍କୁ ପୋଲିଶ ହତ୍ୟା ଅଭିଯୋଗରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here