କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର +୩ ବିଜ୍ଞାନ ଜିଲ୍ଲା ଟପର ଛାତ୍ରଙ୍କୁ ସମ୍ବର୍ଦ୍ଧନା

ଆଜି କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର +୩ ବିଜ୍ଞାନ ଫିଜିକ୍ସ୍ ଅନର୍ସରେ ସତକଡା ୯୨% ମାର୍କ ରଖି ଜିଲ୍ଲା ଟପର ଆକ୍ଷା ଅର୍ଜନ କରିଥିବା କନ୍ତିଆ ଗ୍ରାମର ପିତା-ମାନସ କୁମାର ଜେନାଙ୍କ ସୁପୁତ୍ର ତଥା ଛାତ୍ର ଶ୍ରୀଯୁକ୍ତ ବିନୋଦ କୁମାର ଜେନାଙ୍କୁ ରାଜ୍ୟ ସେବା ମଞ୍ଚ ପକ୍ଷରୁ କନ୍ତିଆ ମଠର ବର୍ତ୍ତମାନର ମଠାଧିସ ଶ୍ରୀଯୁକ୍ତ ଶିଦ୍ଧାର୍ଥ ଶଂଙ୍କର ଦାସଙ୍କ ନେତୃତ୍ୱରେ ଏବଂ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶଙ୍କ ସଭାପତିତ୍ବରେ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ମନୋରଞନ ତ୍ରିପାଠୀ,ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ, ହାସ୍ୟକବି ଶ୍ରୀଯୁକ୍ତ ଶ୍ରୀଧର କୁମାର ମହାନ୍ତି,ବିଶିଷ୍ଟ ସଂଗୀତ ନିର୍ଦ୍ଦେଶ ସତ୍ୟପ୍ରିୟ ଦାସ,ସମାଜସେବୀ ରମେଶ ଥାଟୋଇ,ସାନ ବାବା ଚିନ୍ମୟୀ ଦାସ ଏବଂ ଅନ୍ୟାନ୍ୟ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜିବୀ ଓ ଜ୍ଞାନୀ, ଗୁଣୀ ବ୍ୟକ୍ତିଙ୍କ ଉପସ୍ଥିତିରେ ପୁଷ୍ପଗୁଚ୍ଛ, ଉତ୍ତରୀୟ ସହିତ ମାନପତ୍ର ଓ ୫ଶହ ଟଙ୍କା ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ୫ଶହ ବର୍ଷର କିମ୍ବଦନ୍ତୀ ପୂର୍ଣ୍ଣ ବା ପୁରାଣ ପ୍ରସିଦ୍ଧ ପୀଠ ବା କନ୍ତିଆ ମଠ ଉପରେ ଆଧାରିତ ଏକ ପ୍ରାମାଣିକ ଲିପିବଦ୍ଧ ପୂର୍ଣ୍ଣ ପୁସ୍ତକକୁ ମଠାଧିଶଙ୍କ ଦ୍ୱାରା ଉନ୍ମୋଚନ କରାଯିବା ସହିତ ଉପସ୍ଥିତ ଭକ୍ତମାନଙ୍କୁ ଖଣ୍ଡେ ଖଣ୍ଡେ ବହି ବଣ୍ଟନ କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here