ଟଙ୍କା ବାଣ୍ଟୁଥିବାବେଳେ ମହିଳାଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ବାଲେଶ୍ୱର: ବାଲେଶ୍ୱରରେ ଆଜି ଭୋଟ୍ ଚାଲିଥିବା ବେଳେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି ।  ଜଣେ ମହିଳାଙ୍କୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ମହିଳା ଜଣକ ୧ ନଂ ଓ୍ୱାର୍ଡ ଆଦିବାସୀ ସାହିରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି I

କିଛି ସମର୍ଥକଙ୍କ ସହ ଆସି ଜଣେ ମହିଳା ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ ଲୋକେ ମହିଳାଙ୍କୁ ଧରି ସଦର ଥାନା ପୋଲିସ ଜିମା ଦେଇଥିଲେ । ସମ୍ପୃକ୍ତ ମହିଳା ଜଣକ ମୟୂରଭଞ୍ଜରୁ ଆସିଥିବା ସୂଚନା ମିଳିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here