କେନ୍ଦ୍ରାପଡାରେ ଜନଶକ୍ତି ପାର୍ଟିର ମହମ୍ମଦ ଜୟନ୍ତୀ ପାଳନ ।

ଆଜି କେନ୍ଦ୍ରାପଡା ଜିଲ୍ଲା ପୌରସଂସ୍ଥା ଅନ୍ତର୍ଗତ ରଣପଡାଠାରେ ଥିବା ନୁର ମହଜିଦ୍ ସମ୍ମୁଖରେ ରାଜ୍ୟ ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶଙ୍କ ସଭାପତିତ୍ବରେ ବୃକ୍ଷରୋପଣ ସହିତ ମହମ୍ମଦ୍ ଜୟନ୍ତୀ ଶତାଧିକ ଲୋକମାନଙ୍କ ଗ୍ରହଣରେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ କରୋନା ଯୋଦ୍ଧା ଏବଂ ସମାଜସେବୀ ବୁନା ଭାଇ ଏବଂ ସେକ୍ ଆସିକ୍ ଉଦ୍ଧିନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯିବା ସଂଗେ ସଂଗେ ଉପସ୍ଥିତ କୁନି କୁନି ପିଲାମାନଙ୍କୁ ମିଷ୍ଟାନ୍ ଓ ବିସ୍କୁଟ୍ ଏବଂ ଚକଲେଟ୍ ମଧ୍ୟ ଶ୍ରୀଯୁକ୍ତ ଦାଶଙ୍କ ଦ୍ୱାରା ବଣ୍ଟନ୍ କରା ଯାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରମେଶ ଥାଟୋଇ,ପ୍ରଶାନ୍ତ ନାୟକ,ବିବେକ ନାୟକ, ଶାନ୍ତନୁ ନାୟକ,ଗୋପୀନାଥ ସେଠୀ, ସାମ୍ବାଦିକ ଦିଲ୍ଲୀପ୍ କୁମାର ଜେନା, ନୃର୍ସିଂହ ମଲ୍ଲିକ, ସଂଜୟ ସେଠୀ ଏବଂ ଧୂର୍ବ ବାବା ଭଳି ଅନେକ କର୍ମୀ ଓ ସ୍ବେଛାସେବୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here