କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଦ୍ଵାରା ବିଶ୍ୱ ମିତବ୍ୟୟିତା ଦିବସ ପାଳନ ।

କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ସ୍ୱଳ୍ପ ସଞ୍ଚୟ ବିଭାଗର ମିଳିତ ଆନୁକୂଲ୍ୟରେ ବିଶ୍ୱ ମିତବ୍ୟୟିତା ଦିବସ ପାଳନ କରାଯାଇ ଅଛି । ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର ଉପନିର୍ଦ୍ଦେଶକ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ନାୟକ ଏକ ମିତବ୍ୟୟିତ ଚିହ୍ନଥିବା ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ସିଂ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ-ଜନସାଧାରଣଙ୍କ ମନରେ ମିତ ବ୍ୟୟିତା ପ୍ରତି ସଚେତନ ସୃଷ୍ଟି କରିବା । ଲୋକମାନେ କିପରି ସ୍ୱଳ୍ପ ଆୟରୁ ଅଧିକ ସଞ୍ଚୟ କରିପାରିବେ  । ଏହି କାର୍ଯ୍ୟକ୍ରମରେ ସ୍ୱଳ୍ପ ସଞ୍ଚୟ ବିଭାଗର ସହକାରୀ ରୀନା ନାଥ, ଦିବାକର ମହାନ୍ତିଙ୍କ ସମେତ ଏଜେଣ୍ଟ୍ ଖୁଲଣା ସୁନ୍ଦରୀ ଦାସ, ନୀରଞନ କର, ରେବତୀ ମହାରଣା ପ୍ରମୁଖ ଅଂଶଗ୍ରହଣ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି  ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here